Home ଜିଲ୍ଲା ପରିକ୍ରମା ଧାମନଗର ସ୍ଥିତ ପିରବାବାଙ୍କ ଆସ୍ଥାନ ସ୍ଥଳର ଦାନ ବାକ୍ସ ଚୋରି ନେଇ ଥାନାରେ ଅଭିଯୋଗ

ଧାମନଗର ସ୍ଥିତ ପିରବାବାଙ୍କ ଆସ୍ଥାନ ସ୍ଥଳର ଦାନ ବାକ୍ସ ଚୋରି ନେଇ ଥାନାରେ ଅଭିଯୋଗ

1

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲ୍ଲାର ଧାମନଗର ଖାନକା ପରିସରରେ ପିରବାବା ଙ୍କ ଆସ୍ଥାନ ସ୍ତଳରେ ଥିବା ଦାନ ବାକ୍ସ କୁ ଦିନ ଦିପହରରେ ଚୋରି ଅଭିଯୋଗ ହୋଇଛି। ଏ ନେଇ ଖାନକା ପରିଚାଳନା କମିଟିର ସଦସ୍ୟମାନେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁସାରେ, ଗ୍ରାଣ୍ଡ ଭିଟାରା (ଓଡି-୦୨-ସିଏଚ୍‌-୭୬୧୧) ଗାଡ଼ିରେ ୬ ଜଣ ବ୍ୟକ୍ତି ସୟଦ ମହମ୍ମଦ ହବିବ, ସୟଦ ଫାରୁକ ରଜା, ସେକ ବଗଦାଦ, ସେକ ସୌକତ, ସେକ ଚନା ଓ ସେକ ଅଜଗର ଖାନକା ପରିସର ଆସିଥିଲେ। ସେମାନେ ଦାନ ବାକ୍ସ ନେଇ ଗାଡ଼ିର ପଛ ଡିକିରେ ରଖି ପଳାଇବାକୁ ଉଦ୍ୟମ କରିଥିଲେ। ଉପସ୍ଥିତ କିଛି ବ୍ୟକ୍ତି ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିବାରୁ ଗାଡ଼ି ଭିତରୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।ପରେ କିଛି ବ୍ୟକ୍ତି ସାହସ କରି ଗାଡ଼ିର ପଛ ଡିକି ଖୋଲି ଟ୍ରେଜେରି ବାକ୍ସଟି ଉଦ୍ଧାର କରିଥିଲେ। ଏହି ସମୟରେ ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତମାନେ ଗାଡ଼ି ନେଇ ଘଟଣାସ୍ଥଳରୁ ପଳାଇଥିଲେ। ଘଟଣାର ଭିଡିଓ ରେକର୍ଡିଂ ରହିଥିବା ଏବଂ ପୁଲିସ ତାହା ଯାଂଚ କରିପାରିବ ବୋଲି ଅଭିଯୋଗକାରୀମାନେ ଜଣାଇଛନ୍ତି। ଏ ନେଇ ଧାମନଗର ଥାନାରେ ଅଭିଯୋଗ କରାଯାଇ ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ଥାନା ଅଧିକାରୀଙ୍କ ନିକଟରେ ମିର୍ ମଇଉଦ୍ଦିଁନ, ସୟଦ ଗୋଲାମ ଅହମଦ, ମିର୍ କୁର୍ସିଦ, ମୁକ୍ତାର ଏହେମଦ, ସେକ ଇବ୍ରାହିମ, ସେକ କାଦର ସମେତ ୪୦ ରୁ ଉର୍ଦ୍ଧ ବେକ୍ତି ଅଭିଯୋଗ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.