Home ଜିଲ୍ଲା ପରିକ୍ରମା ନାଗରାପିଟା ନାଳରେ ଦଳ ଭର୍ତି, ତହସିଲଦାରଙ୍କୁ ଭେଟିଲେ ଶତାଧିକ ଚାଷୀ

ନାଗରାପିଟା ନାଳରେ ଦଳ ଭର୍ତି, ତହସିଲଦାରଙ୍କୁ ଭେଟିଲେ ଶତାଧିକ ଚାଷୀ

3

ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି଼ ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନରେ ଥିବା ନାଗରା ପିଟା ନାଳରେ ଗୁଡୁପାଳ ସ୍କୁଲ ଠାରୁ କାଁପଡା ଆରଡ଼ି ରାସ୍ତା ପର୍ଯ୍ୟନ୍ତ ଦଳ ଭର୍ତି ହୋଇଛି। ଯେଉଁଥିପାଇଁ ପାଣି ତଳକୁ ନିଷ୍କାସନ ହୋଇପାରୁ ନାହିଁ। ଫଳରେ ପଂଚାୟତର ୨ଟି ରାଜସ୍ୱ ଗ୍ରାମ ଆରସା ଓ ଗୁଡ଼ୁପାଳ ରୁଆଧାନ ଓ ତଳି ପାଣିରେ ବୁଡ଼ି ନଷ୍ଟ ହେବାକୁ ଯାଉଛି । ଚାଷୀ ମାନେ ସେବାସମୋବାୟ ସମିତିରୁ ଋଣ ଆଣି ଚାଷ କରିଥିଲେ।ସେ କିପରି ଛାଡ଼ ହେବ ଚାଷୀ ମାନେ ଅନୁରୋଧ କରିଛନ୍ତି । ଏଥିରେ ଅସନ୍ତୋଷ ପ୍ରକାଶ କରି ବୁଧୁବାର ଆରସା ଓ ଗୁଡ଼ୁପାଳ ଗ୍ରାମର ଚାଷୀମାନେ ତିହିଡି ତହସିଲଦାରଙ୍କୁ ଦାବିପତ୍ର ଦେଇଥିଲେ। ଏହାର ସରଜମିନ ତଦନ୍ତ କରି ତୁରନ୍ତ ଦଳ ସଫା କରିବା ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଅତ୍ୟଧିକ ବର୍ଷା ହେଲେ ପଂଚାୟତର ଗୁଡ଼ୁପାଳ, ଆରସା,ଗ୍ରାମର ଜମିର ଅଧିକ ପାଣି ନାଗରାପିଟା ନାଳ ମଧ୍ୟଦେଇ ନଦୀକୁ ନିଷ୍କାସିତ ହୋଇଥାଏ । ଯାହାଫଳରେ ଚାଷୀମାନେ ଧାନଚାଷ କାର୍ଯ୍ୟ ସୁରୁଖୁରୁରେ ଚଳାଇଥାନ୍ତି । ତେବେ ଗୁଡ଼ୁପାଳ ସ୍କୁଲ ଠାରୁ କାଁପଡ଼ା ଗ୍ରାମ୍ୟ ଉନ୍ନୟନ ରାସ୍ତା ପର୍ଯ୍ୟନ୍ତ ନାଳ ଅନାବନା ଦଳରେ ପରିପୂର୍ଣ୍ଣ ହୋଇଛି । ଯାହାଫଳରେ ପାଣି ନିଷ୍କାସିତ ହୋଇନପାରି ଜମିକୁ ବୁଡ଼ାଇ ରଖୁଛି । ଗତ କିଛିଦିନ ହେଲା ବର୍ଷା ଲାଗି ରହିଥିବାରୁ ପାଣିରେ ଚାଷ ଜମି ବୁଡ଼ିଯାଇ ରୁଆ ଧାନ ସମେତ ଧାନ ତଳି ପଚି ସଢ଼ି ନଷ୍ଟ ହୋଇଗଲାଣି । ଅତ୍ୟଧିକ ପାଣି ଯୋଗୁଁ ଜମିରେ ଚାଷ କରିବା ସମ୍ଭବ ହେଉନଥିବା ମକୁନ୍ଦପୁର ପଂଚାୟତର ପୂର୍ବତନ ସରପଂଚ କୀର୍ତନ ଚନ୍ଦ୍ର ରାଉତ, କମଳାକାନ୍ତ ନାୟକ, ମୀନକେତନ ନାଥ, ସର୍ବେଶ୍ୱର ପରିଡା, ଚିରଞ୍ଜୀବ ମହଲା, ଦିଗମ୍ବର ରାଉଳ, ନୀଳାମ୍ବର ସେଠୀ, ବିଜୟ ତ୍ରିପାଠୀ, ଗଙ୍ଗାଧର ପାଟ, ବୃନ୍ଦାବନ ରାଉତ ପ୍ରମୁଖ ଶତାଧିକ ଚାଷୀମାନେ ଦାବି ଜଣାଇଛନ୍ତି। ତହସିଲଦାର ସୁଭାଶିଷ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଡ୍ରେନେଜ ଏସିଙ୍କୁ ଏ ସମ୍ପର୍କରେ ଅବଗତ କରାଇବି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.