ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅଦବୀ ମରକଜ ଆନୁକୂଲ୍ୟରୁ ପୁରୁଣା ବଜ଼ାର ସ୍ଥିତ ମାଚିସ ଫେକ୍ଟ୍ରି ଠାରେ ଗତକାଲି ଏକ ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ ଓ ମୂଶାଏରା ସଭାପତି ପ୍ରଫେସର ନାସିର ବଖସ ଙ୍କ ସଭାପତିତ୍ୱରୁ ଆରମ୍ଭ ହୋଇଥିଲା। ଏବଂ ଏହାକୁ ବରିଷ୍ଟ କବି ତଥା ମାଷ୍ଟର ମୁସ୍ତାକ ଗୌହର ସଂଯୋଜନା କରିଥିଲେ । ଅଦବୀ ମରକଜ ମୁଶାଏରା ପ୍ରତ୍ୟେକ ମାସରେ ଥରେ ଅନୁଷ୍ଠିତ ହୁଏ । ଏହି ମୂଶାଏରା ରେ ବିଶିଷ୍ଟ କବି ଅବଦୁଲ ଦୟାନ ଜିଆ, ମୋଇନ ସଫକ , ତୌଫିକ ସାଗର, ମୁଖତାର ନଶିମ, ସହାବାଜ ସାଦାଫ, କୌସର ନଶିମି , ଶୋଏବ ଅୟାଜ , ସଜ୍ଜାଦ ହସରତ, ମିନହାଜ ନୁରୀ, ସହେବାଜ ନଶିମି , ଓ ଇନାୟତ କାଦରୀ ପ୍ରମୁଖ ଯୋଗଦାନ କରିଥିଲେ । ଅଦବୀ ମରକଜ ର ପ୍ରତିଷ୍ଠାତା ହୋଜୁର ସାନ ସରକାର ବାବା ଙ୍କ ଆଶୀର୍ବାଦ ରୁ ଭଦ୍ରକ ଭାଇଚାରା ମାଟିରେ ଉର୍ଦୁ କବି ର ସେବା କରି ଜାତୀୟ ସ୍ତରର କବି ହୋଇ ସୁନାମ କରିଛନ୍ତି । ଏହି ମୁଶାଏରା କୁ ହାଜି ସବବୀର ଅଲ୍ଲୀ, ଇଂ ହବିବୁଲ୍ଲା ଖାନ, ହାଜି ଅବୁ ହୋସେନ, ଇମତିଆଜ ଖାନ, ଇମତୀୟାଜ କମାଲ, ଫରୟାଦ କାଦରୀ, ଅବଦୁର ରହେମାନ ଓ ଶେଖ ସବବୁ ଉପସ୍ଥିତ ରହି ସହଯୋଗ କରିଥିଲେ ।








