Home ଜିଲ୍ଲା ପରିକ୍ରମା ପୁଲିସ ବିରୋଧରେ ସ୍ୱାଭିମାନ ଅଚଂଳ ଆନ୍ଦ୍ରସୀମାନ୍ତରେ ଗର୍ଜିଲେ ଆଦିବାସୀ

ପୁଲିସ ବିରୋଧରେ ସ୍ୱାଭିମାନ ଅଚଂଳ ଆନ୍ଦ୍ରସୀମାନ୍ତରେ ଗର୍ଜିଲେ ଆଦିବାସୀ

89

ମାଲକାନଗିରି,୨ା୯(ଓଡିଆ ପୁଅ ) ମାଓବାଦୀ ନାମରେ ନିରିହ ଆଦିବାସୀ ଙ୍କୁ ଗିରଫକରିବା ବିରୋଧ ରେ ଓ ଆଦିବାସୀଙ୍କ ମୌଳକି ସୁବିଧା ହାସଲ ଦାବିନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳ ରାଲେଗଡା ପଚାଂୟତ ଆନ୍ଦ୍ର ଓଡିଶା ସୀମାନ୍ତ ପେଦାବାଇଲୁ ଥାନା ସ୍ଥ ଇଂଜେଇ ଗ୍ରାମରେ ପୁଲିସ ବିରୋଧରେ ଓ ମୌଳିକ ସୁବିଧା ଦାବି ନେଇ ଶହଶହ ଆଦିବାସୀ ମେଳିକରି ପୁଲିସ ବିରୋଧରେ ଗର୍ଜିଛନ୍ତି । ମାଓବାଦୀ ନାମରେ ନିରିହ ୬ଜଣ ଗ୍ରାମବାସୀଙ୍କୁ ଆନ୍ଦ୍ରପୁଲିସ ଗିରଫକରି କୋର୍ଟ ଚାଲାଣ କରିବା ଘଟଣା କୁ ନିନ୍ଦାକରି ସ୍ୱାଭିମାନ ଅଚଂଳ ସୀମାନ୍ତ ଇଜେଂଇ ଗ୍ରାମରେ ଆଦିବାସୀ ମାନେ ଏକ ସୋଭାଯାତ୍ରା କରି ଏହି ଘଟଣାକୁ ବିଧାୟକ, ସଂସାଦ ମାନେ ପ୍ରତିବାଦକରନ୍ତୁ, ପୁଲିସ ଗିରଫ କରିଥିବା ନିରିହ ଲୋକଙ୍କୁ ବିନା ସର୍ତମୂଳକରେ ମୁକ୍ତ କରନ୍ତୁ । ନିରିହ ଲୋକମାନଙ୍କ ନାମରେ ନକ୍ସଲ ଦର୍ଶାଇ ପୋଷ୍ଟର, ବ୍ୟାନର ଲଗାଇବା ବନ୍ଦକରନ୍ତୁ ବୋଲି ଦାବିକରିଛନ୍ତି । ସରକାର ଙ୍କ ନିକଟରେ ବିଭିନ୍ନ ଦାବିନେଇ ବାରମ୍ବାର ଆନ୍ଦୋଳନ କରିଆସୁଥିଲେ ମଧ୍ୟ ସେମାନଙ୍କ ଦାବିପୁରଣ ହୋଇପାରୁନଥିବାରୁ ଇଜେଂଇ ଗ୍ରାମର ଶହଶହ ଆଦିବାସୀ ପୁରଷ,ମହିଳା ମାନେ ଏକତ୍ରିତ ହୋଇ ଖୋଲମ ଖୋଲା ଭାବେ ପୁଲିସ ବିରୋଧରେ ଆନ୍ଦୋଳନ କରିଥିଲେ, ଆଦିବାସୀ ଙ୍କ ଉନ୍ନତି ବଦଳରେ ସେମାନଙ୍କୁ ଶୋଷଣକରାଯାଉଛି, ସେମାନେ ଶିକ୍ଷା,ସ୍ୱାସ୍ଥ୍ୟ,ଜିବୀକା ନିର୍ବାହ.ପାନୀୟଜଳ, ଅତ୍ୟାବଶ୍ୟକିୟ ସାମଗ୍ରୀ ଯୋଗାଣ ଆଦି ମୌଳିକ ସୁବିଧାରୁ ବଚିଂତହେଉଛନ୍ତି ,ସରକାର ଗରିବ ଆଦିବାସୀଙ୍କ ଉନ୍ନ୍‌ତି କଥା ଚିନ୍ତାନକରି ଗାଁ ଗାଁରେ ପୁଲିସ କ୍ୟାମ୍ପକରି କୋଟି କୋଟି ଟଙ୍କା ଅଯଥାରେ ଖର୍ଚକରୁଛନ୍ତି, ମାଓବାଦୀ ନାମରେ ନରିହ ଲୋକଙ୍କୁ ହଇରାଣ କରୁଛନ୍ତି, ଇଜେଂଇ ଗ୍ରାମର ୬ଜଣ ନିରିହ ଆଦିବାସୀଙ୍କୁ ପୁଲିସ ମାଓବାଦୀ ନାମରେ ଗିରଫକରିନେଇ ଛନ୍ତି । ସେମାନଙ୍କୁ ତୁରନ୍ତ ଛାଡିଦିଆ ଯାଉବୋଲି ଗ୍ରାମବାସୀ ମାନେ ଆନ୍ଦ୍ରପୁଲିସ ନିକଟରେ ଦାବିକରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.