Home ଜିଲ୍ଲା ପରିକ୍ରମା ଗଣିଜାଙ୍ଗରେ ମଣ୍ଡଳସ୍ତରୀୟ ସୁରଭି, ଭାଗ ନେଲେ ୪ ଶହ ପ୍ରତିଯୋଗୀ

ଗଣିଜାଙ୍ଗରେ ମଣ୍ଡଳସ୍ତରୀୟ ସୁରଭି, ଭାଗ ନେଲେ ୪ ଶହ ପ୍ରତିଯୋଗୀ

1

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ଚିତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱ ତଥା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବାରିକଙ୍କ ମଂଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ତାଙ୍କ ବକ୍ତବ୍ୟରେ ଶିକ୍ଷକ ସମାଜର ଭୂମିକା ଓ ଦାୟିତ୍ୱ ଉପରେ ମତ ରଖିଥିଲେ,ଭଲ ମଣିଷ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ବିଦ୍ୟାଳୟର ଭିତିଭୂମି ବିକାଶରେ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଜିଲ୍ଲା ଓଷ୍ଠା ସଭାପତି ଶଶି ଶେଖର କରଶର୍ମା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ଗଣିଜାଙ୍ଗ ସରପଚଂ ରଶ୍ମିତା ସେଠୀ, ସମିତିସଭ୍ୟ ମନୋରଞ୍ଜନ ସେଠୀ, ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ଅର୍ନ୍ତନିହିତ ଗୁଣର ପରିପ୍ରକାଶ ପାଇଁ ସୁରଭି ଉପଯୁକ୍ତ ମାଧ୍ୟମ ବୋଲି କହିଥିଲେ । ଶିକ୍ଷକ ଅଭୟ କୁମାର ପ୍ରଧାନ ଅତିଥି ପରିଚୟ, ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ୍ଲ କୁମାର ଦାସ ସ୍ୱାଗତ ଭାଷଣ ଓ ଶେଷରେ ଟିଲୋ ସାଧନକେନ୍ଦ୍ର ସଂଯୋଜକ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୨୦୬ ଗୋଟି ବିଦ୍ୟାଳୟରୁ ଆସିଥିବା ୪ ଶହରୁ ଉର୍ଦ୍ଧ ପ୍ରତିଯୋଗୀ ବକୃତା, କୁଇଜ୍‌, ଚିତ୍ରାଙ୍କନ, ସଙ୍ଗୀତ, ସୃଜନଶୀଳ ଲିଖନ, ଓଡିଆ ହସ୍ତାକ୍ଷର ଓ ସ୍ରୋତ ଲିଖନ, ଚିତ୍ରକଳା, ନୃତ୍ୟ ଆଦି ବରିଷ୍ଠ, କନିଷ୍ଠ, ଉଚ୍ଚମାଧ୍ୟମିକ ବିଭାଗରେ ଭାଗ ନେଇଥିଲେ । ପ୍ରତ୍ୟେକଟି ବିଭାଗର ପ୍ରଥମ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଚିତ୍ରଶିଳ୍ପୀ ନମିତା ବେହେରା ଏବଂ ପଦ୍ମନାଭ ସେଠୀଙ୍କ ଦ୍ୱାରା ଜଗନ୍ନାଥଙ୍କ ବାଲୁକା ପ୍ରତିକୃତି ନିର୍ମାଣ କରାଯାଇଥିବା ବେଳେ ଏହା ମୁଖ୍ୟ ଆକର୍ଷଣ ପାଲଟିଥିଲା । ସାଧନକେନ୍ଦ୍ର ସଂଯୋଜକ ଉତମ କୁମାର ଦାସ, ସନ୍ତୋଷ ମଲ୍ଲିକ, ନିରଞ୍ଜନ ଖିଲାର, ଅକ୍ଷୟ କୁମାର ସାହୁ, ପ୍ରଦୀପ କୁମାର ପଲେଇ, ଗିରିଜା ଶଙ୍କର ଲେଙ୍କା, ଶୁଭ୍ରପ୍ରକାଶ ରାଉଳ, ସନ୍ତୋଷ ମଲ୍ଲିକ,ଜଗନ୍ନାଥ ଖୁଟିଂଆ, ଗୌତମ କୁମାର ଭୂୟାଁ, ରାଜେନ୍ଦ୍ର ପାତ୍ର, ସୁଧାଂଶୁ ଶେଖର ଦାସ, ପରମେଶ୍ୱର ପୃଷ୍ଟିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଜୋସ୍ନାରାଣୀ ଜେନା, ନିତୁସ୍ମିତା ଗିରି, ପ୍ରକାଶ ରଞ୍ଜନ ପରିଡା, ଯୋଗଦିତ୍ୟା ନାୟକ, ଶରତ ନାୟକ, କରୁଣାକର ନାୟକ, ରତିକାନ୍ତ ରାୟ, ମଧୁସ୍ମିତା ନାୟକ,ମଧୁସ୍ମିତା ଦାସ,ପ୍ରଫୁଲ ନାୟକ, ପ୍ରଶନ୍ନ ଜେନା, ମଧୁୁସ୍ମିତା ରାଉତ,ବଳରାମ ସେଠୀ, ଶୁଭଶ୍ରୀ ବେହେରା, ଡଲିରାଣୀ ଦାସ, ବିଶ୍ୱଜିତ୍‌୍ ବିଶୋଇ, ଦିବ୍ୟରଞ୍ଜନ ଦାସ ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.