Home ଜିଲ୍ଲା ପରିକ୍ରମା ଧାମରା ପୋର୍ଟ ୟୁନିଅନ ପକ୍ଷରୁ ମଦନ ଚରଣ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି

ଧାମରା ପୋର୍ଟ ୟୁନିଅନ ପକ୍ଷରୁ ମଦନ ଚରଣ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି

2

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଇଚ୍ଛାପୁର ସ୍ଥିତ ଭଟତିରା ରେଳ ଷ୍ଟେସନ ନିକଟରେ ଆଜି ଏକ ଅଭାବନୀୟ ପରିସ୍ଥିତିରେ ଧାମରା ପୋର୍ଟକୁ ଯାଇଥିବା ରେଳ ଲାଇନରେ କାର୍ଯ୍ୟ କରୁଥିବା କର୍ମଚାରୀ ମଦନ ଚରଣ ମାଝୀଙ୍କର ଗତକାଲି ମୃତ୍ୟୁ ବରଣ କରିଥିଲେ। ଆଜି ଧାମରା ପୋର୍ଟ ୱାକର୍ସ ୟୁନିଅନ ତରଫରୁ ଆୟୋଜିତ ଏକ ଶୋକସଭା ସଦନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଛି। ପ୍ରଥମେ ତାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ସିଆଇଟିୟୁ ନେତା ଦିବ୍ୟସିଂହ ନାୟକ, ସୁବ୍ରତ ସାମଲ, ମୁନା ଘଡ଼େଇ, ପ୍ରମୋଦ ପଣ୍ଡା, ଜ୍ଞାନ ପାଢ଼ୀ, ଅର୍ଜୁନ ନାୟକ, ଅଜୟ ନାୟକ, ସେକ୍ ଜଫିରୁ ଢିନ, ସେକ ରିଆଯ, ପ୍ରଫୁଲ୍ଲ ବାରିକ, ସୁବ୍ରାଂଶୁ ସାମଲ, କୁଳମଣି ମିଶ୍ର, ପ୍ରଦୀପ ନାୟକ, ଅଜୟ ଦାସ । ସ୍ୱର୍ଗତ ମାଝୀ ଜଣେ ଅମାୟିକ କର୍ମଚାରୀ ଭାବେ ୧୫ବର୍ଷ ଧରି ଧାମରା ପୋର୍ଟ ରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଗା ପୂଜା ଅବସରରେ ଘରକୁ ଯାଇ ଥିଲେ। ହଠାତ୍ ମାତ୍ର ୪୨ବର୍ଷ ରେ ମୃତ୍ୟୁ ହୋଇଥିବାରୁ ସମବେତ କର୍ମଚାରୀ ମାନେ ତାଙ୍କ ପତ୍ନୀଙ୍କୁ ୪୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏବଂ କର୍ମଚାରୀ ମାନେ ତାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଶେଷରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଦିବ୍ୟସିଂହ ନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.