Home ଜିଲ୍ଲା ପରିକ୍ରମା ପରିବାରକୁ ବନ୍ଧକ ରଖି ବଡ଼ ଧରଣର ଡକାୟତି, ୬ ଦୁବୃର୍ତଙ୍କ ଆତଙ୍କ, ୫ ରାଉଣ୍ଡ ଗୁଳି...

ପରିବାରକୁ ବନ୍ଧକ ରଖି ବଡ଼ ଧରଣର ଡକାୟତି, ୬ ଦୁବୃର୍ତଙ୍କ ଆତଙ୍କ, ୫ ରାଉଣ୍ଡ ଗୁଳି ଫୁଟିଲା, ସୁନା ଅଳଙ୍କାର ସହ ୭୦ ହଜାର ଟଙ୍କା ଲୁଟ୍‌,ଗୋଟେ ଗୁଳି ଓ ହେଲମେଟ୍ ଜବତ କଲା ପୁଲିସ୍‌

1

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧୀନ ରଇପୁର ଗ୍ରାମରେ ଗୁରୁବାର ରାତିରେ ଏକ ବଡ଼ ଧରଣର ଡକାୟତି ଘଟିଛି। ୬ ଜଣ ସଶସ୍ତ୍ର ଦୁର୍ବୃତ ଉକ୍ତ ଗ୍ରାମର ପୀତବାସ ରାଉତଙ୍କ ଘରେ ପଶି ପରିବାରର ୮ ଜଣ ସଦସ୍ୟଙ୍କୁ ବନ୍ଧକ ରଖି ସୁନା ଅଳଙ୍କାର ଓ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତଙ୍କ ଆକ୍ରମଣରେ ପରିବାରର କେତେକ ସଦସ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାତିରେ ୬ ଜଣ ଦୁର୍ବୃତ ଯୋଜନାବଦ୍ଧ ଭାବେ ପୀତବାସଙ୍କ ଘରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଘର ଭିତରକୁ ପଶିଥିବା ବେଳେ ଅନ୍ୟ ୨ ଜଣ ବାହାରେ ଜଗି ରହିଥିଲେ। ଦୁର୍ବୃର୍ତଙ୍କ ହାତରେ ୪ ଟି ପିସ୍ତଲ ଓ ଭୁଜାଲି ଥିବା ପ୍ରତେକଦର୍ଷି କହିଛନ୍ତି। ଘରେ ଥିବା ପରିବାର ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସୁନା ଓ ଟଙ୍କା ମାଗିଥିଲେ। ପରିବାର ଲୋକେ ଟଙ୍କା ଓ ଅଳଙ୍କାର ଦେବାକୁ ମନା କରିବାରୁ ଘରେ ଥିବା ଛୋଟ ଶିଶୁକୁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ପରିବାର ସଦସ୍ୟମାନେ ପିନ୍ଧିଥିବା ସୁନା ଅଳଙ୍କାର ଦେବା ସହ ଦୁର୍ବୃର୍ତମାନେ ଆଲମାରି ଭାଙ୍ଗି ଘରେ ଥିବା ନଗଦ ଟଙ୍କା ଲୁଟି ନେଇଥିଲେ।ଲୁଟ ସାମଗ୍ରୀ ମଧ୍ୟରେ ୫ ହଳ କାନଫୁଲ, ୨ ଟି ମଙ୍ଗଳସୂତ୍ର, ୨ ଟି ମୁଦି, ୨ ଟି ସୁନା ଚେନ ଓ ନଗଦ ୭୦ ହଜାର ଟଙ୍କା ଥିବା ଜଣାପଡ଼ିଛି। ଏହାସହ ଦୁର୍ବୃତମାନେ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିଲେ। ଘଟଣା ସମୟରେ ୫ ରାଉଣ୍ଡ ଗୁଳି ଫୁଟିଥିବା ମଧ୍ୟ ସୂଚନା ମିଳିଛି। ଖବର ପାଇ ଧୂଷୁରୀ ଥାନା ଅଧିକାରୀ ଅଜୟ ବାଗେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ କରାଯିବା ସହ ଘଟଣାସ୍ଥଳରୁ ଗୋଟିଏ ଗୁଳି ଜବତ କରାଯାଇଥିବା ଜଣାପଡ଼ିଛି। ଏହି ସଶସ୍ତ୍ର ଡକାୟତି ଘଟଣା ପରେ ରଇପୁର ଓ ଆଖପାଖ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ସାଇଁଟିପିକ ଟିମ୍ ପହଂଚି ତଦନ୍ତ ଚଳାଇଛି। ତେବେ ଏହି ଘଟଣା ର ସ୍ଥାନୀୟ ଲୋକଙ୍କ ହାତ ଥିବା ପରି ମନେ ହେଉଚି ପୋଲିସ ର ଅଧିକ ତଦନ୍ତ ଜାରି ରହିଲେ ଘଟଣା ର ସତ୍ୟତା ପଦାକୁ ଆସିବ।ତିହିଡି ଓ ଧୁଷୁରୀ ପୋଲିସ ବିଭିନ୍ନ ସ୍ଥାନ ରେ ରେଡ୍ କରୁଛନ୍ତି ଚୋର ଙ୍କୁ ଖୁବ ଶୀଘ୍ର ଠାବ କରା ଯିବ ବୋଲି ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.