Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜିଲ୍ଲାସ୍ତରୀୟ ପିଏମ୍‌-କିଷାନ ଉତ୍ସବ ଦିବସ ପାଳିତ, ୧.୬୨ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୩୨.୫୦ କୋଟିରୁ...

ଭଦ୍ରକରେ ଜିଲ୍ଲାସ୍ତରୀୟ ପିଏମ୍‌-କିଷାନ ଉତ୍ସବ ଦିବସ ପାଳିତ, ୧.୬୨ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୩୨.୫୦ କୋଟିରୁ ଅଧିକ ଟଙ୍କାର ଆର୍ôଥକ ସହାୟତା

1

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆଜି ଜିଲ୍ଲାସ୍ତରୀୟ ପିଏମ୍‌-କିଷାନ ଉତ୍ସବ ଦିବସ ଜିଲ୍ଲା ସଂସ୍କୃତି ଭବନଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍‌-କିଷାନ ଯୋଜନାର ୨୪ତମ କିସ୍ତିର ଅର୍ଥରାଶି ପ୍ରଦାନ ସମ୍ପର୍କିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ପିଏମ୍‌-କିଷାନ ଯୋଜନାର ୨୪ତମ କିସ୍ତି ଅଧୀନରେ ଭଦ୍ରକ ଜିଲ୍ଲାର ମୋଟ ୧,୬୨,୫୨୪ ଜଣ ଚାଷୀଙ୍କୁ ପ୍ରତ୍ୟେକଙ୍କ ନିମନ୍ତେ ୨,୦୦୦ ଟଙ୍କା ହିସାବରେ ସର୍ବମୋଟ ୩୨ କୋଟି ୫୦ ଲକ୍ଷ ୪୮ ହଜାର ଟଙ୍କାର ଆର୍ôଥକ ସହାୟତା ସିଧାସଳଖ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କ୍ରୟ ସହିତ କୃଷି ସମ୍ବନ୍ଧୀୟ ଆବଶ୍ୟକତା ପୂରଣରେ ସହାୟକ ହେବ। ଏହି ଅବସରରେ ଅତିରିକ୍ତ ଜ଼ିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦ୍ର ସାମଲ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶଶୀଭୂଷଣ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସଞ୍ଜୟ କୁମାର, ଜିଲ୍ଲା କୃଷି ଅଧିକାରୀ ପ୍ରୀତିରେଖା ମହାଲିକ ଓ ଯୋଜନା ଅଧିକାରିଣୀ ମୈଥିଳୀ ମିନର୍ଭା ଗିରି ପ୍ରମୁଖ ଯୋଗଦେଇଥିଲେ। ଏଥିସହିତ କୃଷି ବିଭାଗର ବିଭିନ୍ନ ଅଧିକାରୀ, କର୍ମଚାରୀ ଓ ବହୁ ଚାଷୀ ଉପସ୍ଥିତ ଥିଲେ। ସହକାରୀ କୃଷି ନିର୍ଦ୍ଦେଶିକା ଅନୁରାଧା ପଣ୍ଡା କାର୍ଯ୍ୟକ୍ରମର ମଂଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ପିଏମ୍‌-କିଷାନ ଯୋଜନାର ଉଦ୍ଦେଶ୍ୟ, ଚାଷୀଙ୍କ ଆର୍ôଥକ ସଶକ୍ତୀକରଣରେ ଏହାର ଭୂମିକା ଏବଂ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହିତ ସରକାରଙ୍କ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେଇ ଆଧୁନିକ କୃଷି ପଦ୍ଧତି ଅବଲମ୍ବନ, କୃଷି ଉତ୍ପାଦନ ବୃଦ୍ଧି ଏବଂ ନିଜର ଆୟ ବୃଦ୍ଧି ଦିଗରେ ଉଦ୍ୟମ କରିବାକୁ ଚାଷୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ଚାଷୀଙ୍କ କଲ୍ୟାଣ ଓ କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ଦିଗରେ ପିଏମ୍‌-କିଷାନ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଏହି ଯୋଜନା ସମେତ ଅନ୍ୟାନ୍ୟ କୃଷକ କଲ୍ୟାଣମୂଳକ ଯୋଜନାର ସୁଫଳ ପହଂଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରାଯାଇଥିଲା। “ଚାଷୀଙ୍କ ସମୃଦ୍ଧି ହିଁ ରାଜ୍ୟର ସମୃଦ୍ଧି” ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି କାର୍ଯ୍ୟକ୍ରମ ଚାଷୀମାନଙ୍କୁ ଉତ୍ସାହିତ କରିବା ସହ କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଏକ ଉପଯୋଗୀ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.