Home ଜିଲ୍ଲା ପରିକ୍ରମା ନଭେମ୍ବର ୧ ରାମଲୀଲା ମଇଦାନରେ ମହାରାଲି, ଭଦ୍ରକରୁ ଗଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ

ନଭେମ୍ବର ୧ ରାମଲୀଲା ମଇଦାନରେ ମହାରାଲି, ଭଦ୍ରକରୁ ଗଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ

2

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶରେ ବାରମ୍ୱାର ହୋଇଥିବା ଭୋଟ ଚୋରି, ନିର୍ବାଚନର ଅନିୟମିତତା ଓ ଏସଆଇଆର ମାଧ୍ୟମରେ ବେଆଇନି ଓ ଉଦ୍ଦେଶ୍ୟ ମୂଳକ ଭାବରେ ଭୋଟ କାଟିବା ସର୍ବୋପରି ଅନ୍ୟ ଦୁଇଜଣ ନିର୍ବାଚନ କମିଶନର ଙ୍କ ବାରମ୍ୱାର ଅଭିଯୋଗ ଆଧାରରେ ଆସନ୍ତା ନଭେମ୍ବର ୧ ତାରିଖ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ମେଂଟ ତରଫରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ରାମଲୀଳା ମଇଦାନରେ ହେବାକୁ ଥିବା ମହା ରାଲିରେ ଯୋଗଦେବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ଓଡ଼ିଶା କଂଗ୍ରେସ ପ୍ରଭାରୀ ଲାଲ ଜୀ ଦେଶାଇଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଳାରୁ ଶତାଧିକ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଦିଲ୍ଲୀ ଅଭିମୁଖେ ଆଜି ଭଦ୍ରକରୁ ବାହାରିଲେ। ଏହି ଘଟଣାକୁ ନେଇ ସାରା ଦେଶରେ କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ସମସ୍ତ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଏହାକୁ ଜୋରଦାର କରିବା ପାଇଁ ଦିଲ୍ଲୀରେ ରାମଲୀଳା ମଇଦାନରେ ବିଶାଳ ଜନ ସଭା ଅନୁଷ୍ଠିତ ହେବ । ଏହି ସମାବେଶରେ ଯୋଗ ଦେବାପାଇଁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହାନ୍ତି, ପୀତବାସ ଧଳ, ଗୟାଧର ସେଠୀ,ପ୍ରଦ୍ୟୁମ୍ନ ଦାସ, ରାଜେନ୍ଦ୍ର ଜେନା,ଯୁବ ସଭାପତି ବଳରାମ ରାଉତ, ବିଜୟ ବାରିକ,ରାଜ କିଶୋର ପଣ୍ଡା, ଶର୍ମିଷ୍ଠା ପଣ୍ଡା, ଶଶିକାନ୍ତ ଜେନା, ପ୍ରଭାତ ମହାନ୍ତି, ପ୍ରମିଳା ମାଝୀ, ଜ୍ୟୋସ୍ନା ପତି ଓ ଅନ୍ୟମାନେ ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.