Home ଜିଲ୍ଲା ପରିକ୍ରମା ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅବହେଳାକୁ ନେଇ ଅସନ୍ତୋଷ, ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ

ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅବହେଳାକୁ ନେଇ ଅସନ୍ତୋଷ, ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ

1

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ରାଜପଥ କତୃପକ୍ଷ ଙ୍କ କାର୍ଯ୍ୟ ରେ ଅବହେଳା କୁ ନେଇ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଜ଼ିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ରେ ଜାତୀୟ ରାଜପଥ ରେ ଯେଉଁ ସବୁ ସମସ୍ୟା ଗୁଡିକ ସମ୍ପର୍କ ରେ ଆଲୋଚନା ହୋଇ ସମାଧାନ ପାଇଁ ନିଷ୍ପତି ନିଆଯାଉଛି ଏହାକୁ ବିଭାଗୀୟ କତୃପକ୍ଷ ଆଦୌ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ବୈଠକରେ ଅଭିଯୋଗ ଉଠିଥିଲା।ବିଶେଷ କରି ସହର ଉପକଣ୍ଠ ରାହାଞ୍ଜ -ତ୍ରିଶଳପୁର ଗଳାପୋଲ ନିର୍ମାଣ କାର୍ଯ୍ୟ ରେ ଅହେତୁକ ବିଳମ୍ବ ହେତୁ ସାଧାରଣ ଯାତାୟାତ ବିପଦ ସଂକୁଳହୋଇପଡିଛି।ଏହା ମଧ୍ୟରେ ସମ୍ପୃକ୍ତ ଅଂଚଳ ରେ ସଡ଼କ ଦୁର୍ଘଟଣା ରେ ୭ଜଣ ଙ୍କ ମୃତ୍ୟୁ ହେଲାଣି ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା।ଆସନ୍ତା ମାସ ୭ତାରିଖ ସୁଦ୍ଧା ଏହି ଗଳା ପୋଲଟିର ନିର୍ମାଣ କାର୍ଯ୍ୟ ଶେଷ ହେବାକଥା ଜାତୀୟ ରାଜପଥ ର ପ୍ରକଳ୍ପ ନିର୍ଦେଶକ ବୈଠକ ରେ କହିଥିଲେ।ସେହିପରି ବାଲେଶ୍ୱର ଆଡୁ ଆସୁଥିବା ଯାନବାହାନ ଗୁଡିକ ଚାନ୍ଦବାଲି ବାସୁଦେବପୁର ଅଂଚଳ କୁ ଯିବାପାଇଁ ରାଜପଥରେ ନିର୍ଦିଷ୍ଟ କଟିଙ୍ଗ ନଥିବାରୁ ରଙ୍ଗ ସାଇଡ୍ ରେ ଯିବାକୁ ବାଧ୍ୟ ହେଉଛନ୍ତି।ଯାହା ଫଳରେ ଦୁର୍ଘଟଣା ର ଆଶଙ୍କା ରହୁଛି।ଅନ୍ୟ ପକ୍ଷରେ ବିଷ୍ଣୁପୁର ଛକ ଠାରେ ନିର୍ମିତ କରାଯାଇଥିବା ଗଳାପୋଲ ତିନଥର ଦିବିବା ପରେ ମଧ୍ୟ ଜାତୀୟ ରାଜପଥ କର୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉନଥିବା ନେଇ ବୈଠକ ରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଆଖୁଆପଦା ଠାରୁ ରାଣୀତାଲ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲଗାଯାଇଥିବା ୩୧୯ ଷ୍ଟ୍ରିଟ ଲାଇଟ ଗୁଡିକ କାର୍ଯ୍ୟ କ୍ଷମ ହେଉନଥିବା ନେଇ ଗତ ବୈଠକ ରେ ଅଭିଯୋଗ ହୋଇଥିଲା।ଏହା ମଧ୍ୟରେ କେତଟି କାର୍ଯ୍ୟକ୍ଷମ ହେଲାଣି ବୋଲି ବୈଠକରେ ସଦସ୍ୟ ଅତିଶ ବେହେରା ରାଜପଥ କତୃପକ୍ଷ ଙ୍କ ଠାରୁ ଜବାବ ମାଗିଥିଲେ,।ସଦସ୍ୟ ମାନେ ଏ ସମ୍ପର୍କ ଅନୁଧ୍ୟାନ କରି ରିପୋର୍ଟ ଦେବା କୁ ବୈଠକରେ କୁହାଯାଇଥିଲା।ସେହିପରି ସହରରେ ୧୮ବର୍ଷରୁ କମ ଦୁଇ ଚକିଆ ଯାନ ଚଳାଉଥିବା ଓ ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଉପରେ ସତର୍କ ଦୃଷ୍ଟି ଦେବାକୁ ବୈଠକରେ ଆଞ୍ଚଳିକ ପରିବହନ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ସହର ମଧ୍ୟ ଦେଇ ଯାଇଥିବା ରାଜପଥ ପାର୍ଶ୍ୱ ସର୍ଭିସ ରୋଡ଼ ଗୁଡିକୁ ପ୍ରଶସ୍ତ କରିବା ସହ ଚିଙ୍ଗୁଡ଼ିପୁର ଓ ଭଣ୍ଡାରିପୋଖରୀ ବାମପଟ ସର୍ଭିସ ରୋଡ କୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଦାବି ରଖାଯାଇଥିଲା।ଅନୁଷ୍ଠିତ ବୈଠକରେ ଏସ ପି ମନୋଜ ରାଉତ,ଦୁଇ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଓ ସରୋଜ ଦତ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ,ଆର ଟି ଓ ଶୁଭେନ୍ଦୁ ରାୟ,ଏମ ଭି ଆଇ ଅବଦୁଲ ରହିମ ଙ୍କ ସହ ଜାତୀୟ ରାଜପଥ କର୍ତୃପକ୍ଷ ପ୍ରକଳ୍ପ ନିର୍ଦେଶକ ଓ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.