Home ଓଡ଼ିଶା ବର୍ଷା ପାଇଁ ମାଲକାନଗିରି ଜିଲ୍ଲାରେ ୟେଲୋ ଓ୍ୟାର୍ଣ୍ଣି, ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କ ସୂଚନା

ବର୍ଷା ପାଇଁ ମାଲକାନଗିରି ଜିଲ୍ଲାରେ ୟେଲୋ ଓ୍ୟାର୍ଣ୍ଣି, ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କ ସୂଚନା

78

ମାଲକାନଗିରି, ୨ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ୨୪ଘଟାଂ ମଧ୍ୟରେ ଲଘୁଚାପ ଜନିତ ପ୍ରବଳବର୍ଷା ହେବାର ଆଶଙ୍କା ଥିବାରୁ ଜିଲ୍ଲାରେ ୟେଲୋ ଓ୍ୟାର୍ଣ୍ଣି ଜାରି କରାଯାଇଛି। ଏ ନେଇ ରାଜ୍ୟ ପାଣିପାଗ ପକ୍ଷରୁ ସତର୍କ ସୂଚନା ଦେବାପରେ ଲଗାଣ ବର୍ଷା ଦ୍ୱାରା ବନ୍ୟାପରିସ୍ଥିତି ସୃଷ୍ଟି ହେବା ନେଇ ରାଜ୍ୟ ରିଲିଫ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପ୍ରଶାସନକୁ ସଜାଗ ରହିବାପାଇଁ ସତର୍କ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ମାନଙ୍କୁ ବନ୍ୟାଆଶଙ୍କା ପ୍ରଭାବିତ ଅଚଂଳକୁ ଗସ୍ତକରି ସମସ୍ତପ୍ରକାର ବ୍ୟବସ୍ତା ସହିତ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଗତକିଛି ଦିନତଳେ ଲଗାଣବର୍ଷା ଲାଗିରିହିବା ଦ୍ୱାରା ବିଭିନ୍ନ ନଦୀନାଳ ରେ ବନ୍ୟାପରିସ୍ଥିତି ସୃଷ୍ଟି ହୋଇ ଚାଷ ନଷ୍ଟ ହେବାସହ ରାସ୍ତାଘାଟ ଧୋଇ ହୋଇ ଯାଇ ଗ୍ରାମକୁ ଯୋଗା ଯୋଗବିଛିନ୍ନ ହୋଇପଡିଥିଲା। ଶହ ଶହ ହେକ୍ଟର ଚାଷଜମିରେ ପାଣିପସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିଲା। ଗତ ୨୦ଦିନ ମଧ୍ୟରେ ଦୁଇଥର ବନ୍ୟାପରିସ୍ଥିତି ସୃଷ୍ଟି ହୋଇ ବନ୍ୟାପ୍ରଭାବିତ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିଯାଇଛି। ଆଜି ରାତ୍ରଠାରୁ ପୁଣି ୩ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି ଜିଲ୍ଲାକୁ ରାଜ୍ୟପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୟାଣ୍ଣ ର୍ି ଜାରି କରାଯାଇଛି। ପ୍ରବଳ ବର୍ଷାହେଲେ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା, ଛତିଶଗଡ ରାଜ୍ୟ ସୀମାନ୍ତ ମାଲାକନଗିରି ଜିଲ୍ଲା ତ୍ରୀନଦୀସଙ୍ଗମ ସ୍ଥଳ ମୋଟୁ ଠାରେ ଥିବା ସାବେରୀ, ସିଲେରୁ, ଚିନାଗୋଦବରି ନଦୀରେ ବନ୍ୟାଜଳ ପୁଣିଥିରେ ବୃଦ୍ଧିପାଇବାର ଆଶଙ୍କା ରହିଛି। ଏହି ତିନୋଟି ନଦୀ ଓ ଆନ୍ଦ୍ରପ୍ରଦେଶ ଗୋଦବରୀ ନଦୀର ବନ୍ୟାଜଳରେ ଫୁଲିବା ଦ୍ୱାରା ମୋଟୁ ତହସିଲର ଆଲମା, ପେଟା, ବିନାୟକପୁର, ପୁରଣାମୋଟୁ, ଜିନେଲିଗୁଡା, ମୋଟୁ, ପୁଷୁଗୁଡା ଗ୍ରାମ ରେ ବନ୍ୟାପାଣି ପ୍ରବେଶ କରିବା ସହିତ ମାଲକାନଗିରି ମୋଟୁ ରାସ୍ତାର କାଙ୍ଗୁରକୋଣ୍ଡା, ଏମଭି୯୦, ପଡିଆରାସ୍ତାର ପୋଟରୁ କନ୍ୟାଶ୍ରମ ପୋଲ, କୋରକୁଣ୍ଡା, ଏମଭି୩୭, ପାଙ୍ଗାମ ନିଚା ପୋଲଉପରେ ପାଣିପ୍ରଭାବିତ ହୋଇ ଯୋଗା ଯୋଗ ବିଛିନ୍ନ ହେବାର ବହୁତ ସମ୍ଭାବନା ରହିଛି। ସାତଟି ଯାକ ବ୍ଲକର ବିଡିଓ, ତହସିଲଦାର ଓ ଅନ୍ୟାନ ବିଭାଗୀୟ ଅଧିକାରୀ ମାନେ ସଜାଗ ରହିବାପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୟୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.