ନୂଆଦିଲ୍ଲୀ,୧୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆରମ୍ଭ ହୋଇଛି ଆମାଜନର ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରାଇବା ପାଇଁ ଇ-କମର୍ସ କମ୍ପାନୀ ଆମାଜନ ୧୫ ଅଗଷ୍ଟରେ ଇଣ୍ଡିପେଡେଣ୍ଟସ୍ ଡେ ସେଲ ଆରମ୍ଭ କରାଯାଉଛି। ଏହି ସମୟରେ କଷ୍ଟମର୍ସଙ୍କୁ ଇଲେକଟ୍ରୋନିକ ଏବଂ ଅନେକ ଜିନିଷ ଉପରେ ଭାରୀ ଡିସକାଉଣ୍ଟ ମିଳୁଛି। କିନ୍ତୁ କିଛି ଲୋକ ଏମିତି ଥାନ୍ତି ଯେ ଯେଉଁମାନେ ଇଣ୍ଡିପେଡେଣ୍ଟସ ଡେ ସେଲରେ କିଣାକିଣି କରିପାରନ୍ତିନାହିଁ। ତେବେ ସେମାନଙ୍କୁ ଦୁଃଖୀ ହେବାର ଆବଶ୍ୟକତା ନାହିଁ। କାରଣ ଆମାଜନ କିଛି ଜିନିଷ ଉପରେ ଶେଷ ତାରିଖକୁ ଘୁଞ୍ଚାଇ ଦେଇଛି। ଏବେ ଏହି ତାରିଖ ବଢ଼ି ୧୮ ଅଗଷ୍ଟ ହୋଇଯାଇଛି।
ଏହି ସେଲରେ ଆପଣଙ୍କୁ ଶଟ୍ସ, ଟି-ସାର୍ଟ, ବ୍ଲେଜର ଏବଂ ଜିନ୍ସରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଏହିଭଳି ଭାବେ ୱାସିଂ ମେସିନ, ଫ୍ରିଜ୍ ଏବଂ ମାଇକ୍ରୋୱେଭ ଭଳି ବଡ ଇଲେକଟ୍ରୋନିକ ଜିନିଷ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି।








