Home ଓଡ଼ିଶା ବଲାଙ୍ଗୀରରେ ସ୍ଥିତି ଗମ୍ଭୀର

ବଲାଙ୍ଗୀରରେ ସ୍ଥିତି ଗମ୍ଭୀର

459

ବଲାଙ୍ଗୀର,୧୪/୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବଲାଙ୍ଗିରରେ ବନ୍ୟା ସ୍ଥିତି ଗମ୍ଭୀର । ଲଗାଣ ବର୍ଷା ଯୋଗୁଁ ସହରରେ ଘରେ ଘରେ ପାଣି ପସିଛି । ବଲାଙ୍ଗିରକୁ ସଂଯୋଗ କରୁଥିବା ପାଟଣାଗଡ଼, ସୋନପୁର, ଟିଟିଲାଗଡ଼ ଓ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଏହି ଜିଲ୍ଲା । ଜିଲ୍ଲାର ୩୮ଟି ଗାଁ ଓ ୫ଟି ପୌରାଞ୍ଚଳର ୧ ଲକ୍ଷ ୫୦ ହଜାର ଜଣ ପ୍ରଭାବିତ ହୋଇଛନ୍ତି । ୧୬ ହଜାର ୩୯୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୫୯ଟି ସ୍ଥାନରେ ରିଲିଫ କ୍ୟାମ୍ପ ଖୋଲାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.