Home Top News ଆଇପିଏଲ୍ ନିଲାମ ୨୦୨୧ : ୧୦୯୭ ଖେଳାଳି ନିଲାମ ପାଇଁ ପଞ୍ଜିକୃତ କଲେ ନିଜ ନାମ,...

ଆଇପିଏଲ୍ ନିଲାମ ୨୦୨୧ : ୧୦୯୭ ଖେଳାଳି ନିଲାମ ପାଇଁ ପଞ୍ଜିକୃତ କଲେ ନିଜ ନାମ, ତାଲିକାରେ ଅନେକ ବଡ ନାମ ଅନ୍ତର୍ଭୁକ୍ତ

76

ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ଆଇପିଏଲ୍ ୨୦୨୧ ନିଲାମ ପାଇଁ ମୋଟ ୧୦୯୭ ଖେଳାଳି ପଞ୍ଜୀକରଣ କରିଛନ୍ତି। ଏଥିରେ ୮୧୪ ଭାରତୀୟ ଏବଂ ୨୮୩ ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ ଅଛନ୍ତି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୪ ତମ ସିଜନର ବିଗୁଲ୍ ବାଜିଛି। ଫେବୃଆରୀ ୧୮ ରେ ଚେନ୍ନାଇରେ ଆଇପିଏଲ୍ ୨୦୨୧ ନିଲାମ ଅନୁଷ୍ଠିତ ହେବ। ରିପୋର୍ଟ ଅନୁଯାୟୀ, ନିଲାମ ଅପରାହ୍ନ ତିନିଟାରୁ ଆରମ୍ଭ ହେବ। ଆଇପିଏଲ୍ ୨୦୨୧ ନିଲାମ ପାଇଁ ମୋଟ ୧୦୯୭ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ଏଥିରେ ୮୧୪ ଭାରତୀୟ ଏବଂ ୨୮୩ ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ। ଟୁଇଟ୍ କରି ଆଇପିଏଲ୍ ଏ ବିଷୟରେ ସୂଚନା ଦେଇଛି।

ନିଲାମ ପାଇଁ ପଞ୍ଜୀକୃତ ହୋଇଥିବା ୨୮୩ ବିଦେଶୀ ଖେଳାଳିଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ସର୍ବାଧିକ (୫୬) ଖେଳାଳି ଅଛନ୍ତି। ଏହା ପରେ ଅଷ୍ଟ୍ରେଲିଆର ୪୨ ଖେଳାଳି ନିଲାମ ପାଇଁ ସେମାନଙ୍କ ନାମ ଦେଇଛନ୍ତି। ନିଲାମ ପାଇଁ ଦକ୍ଷିଣ ଆଫ୍ରିକାର ୩୮ ଖେଳାଳି, ଶ୍ରୀଲଙ୍କାରୁ ୩୧ ଜଣ, ନ୍ୟୁଜିଲ୍ୟାଣ୍ଡରୁ ୨୯ ଜଣ, ଇଂଲଣ୍ଡରୁ ୨୧ ଜଣ, ୟୁଏଇରୁ ୯ ଜଣ, ନେପାଳର ୮ ଜଣ, ସ୍କଟଲ୍ୟାଣ୍ଡରୁ ୭ ଜଣ, ବାଂଲାଦେଶର ୫ ଜଣ ଏବଂ ଆୟର୍ଲାଣ୍ଡ, ଜିମ୍ବାୱେ, ଆମେରିକା ଏବଂ ନେଦରଲ୍ୟାଣ୍ଡର ଦୁଇଜଣ ଖେଳାଳି ନିଲାମ ପାଇଁ ପଞ୍ଜୀକୃତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.