Home Top News ୭ରେ ଅପରାଜିତାଙ୍କ ଆସିକା ଗସ୍ତ: ୩ଟି ବିଧାନସଭା କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ ..

୭ରେ ଅପରାଜିତାଙ୍କ ଆସିକା ଗସ୍ତ: ୩ଟି ବିଧାନସଭା କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ ..

75

ବ୍ରହ୍ମପୁର/ଆସିକା: ଆସନ୍ତା ୭ ତାରିଖରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଞ୍ଜାମ ଜିଲ୍ଲା ଆସିକା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଆସିକା ଲୋକସଭା କ୍ଷେତ୍ର ଅନ୍ତର୍ଗତ ଆସିକା ସମେତ କବିସୂର୍ଯ୍ୟନଗର ଏବଂ ସାନଖେମୁଣ୍ଡି ତିନୋଟି ବିଧାନସଭା କ୍ଷେତ୍ର ଅଞ୍ଚଳରେ ଅପରାଜିତାଙ୍କର ରହିଛି ବ୍ୟାପକ କାର୍ଯ୍ୟକ୍ରମ। ପ୍ରଥମେ ସକାଳ ୭ଟା ୩୦ରେ ଆସିକା ମେନ୍ ରୋଡ୍‌ ବସ୍‌ଷ୍ଟପ୍ ଛକରେ ଏକ ଚା’ ଖଟିରେ ଯୋଗ ଦେବେ ଅପରାଜିତା। ଏହାପରେ ସକାଳ ୮ଟା ୩୦ରେ ମା’ ଖମ୍ବେଶ୍ୱରୀ ମନ୍ଦିର ଦର୍ଶନ, ସକାଳ ୯ଟା ୩୦ରେ ୧୬ ନଂ ୱାର୍ଡରେ କାର୍ଯ୍ୟକର୍ତ୍ତାଙ୍କ ଘରେ ଜଳପାନ ଏହାପରେ ସକାଳ ୧୦ଟା ୩୦ରେ ଧରାକୋଟ, ସୁନାମୋହିରେ ସରକାରଙ୍କର ଜନକଲ୍ୟାଣ ଯୋଜନାରେ ଗରିବଙ୍କ ଭାଗିଦାରୀର ସମୀକ୍ଷା, ମଧ୍ୟାହ୍ନ ୧୧ଟା ୪୦ରେ କବିସୂର୍ଯ୍ୟନଗର ବ୍ଲକ୍ ଛକରୁ ଆସିକା ଅଭିମୁଖେ ବାଇକ୍‌ ରାଲି। ମଧ୍ୟାହ୍ନ ୧୨ଟା ୩୦ରେ ଆସିକା ବଜାରରେ ପଦଯାତ୍ରା, ମଧ୍ୟାହ୍ନ ୧୨ଟା ୫୦ରେ ଆସିକା ଟାଉନ ହଲ୍ ପଡ଼ିଆରେ ଗଞ୍ଜାମ ଜିଲ୍ଲା ନବନିର୍ମାଣ ମଞ୍ଚରେ ଉଦ୍‌ବୋଧନ, ଅପରାହ୍ନ ୨ଟା ୫୦ରେ ଅଶୋକା ସିନେମା ହଲରେ ସାମ୍ବାଦିକ ସମ୍ମିଳନୀ, ଅପରାହ୍ନ ୩ଟା ୫୦ରେ ସାବିତ୍ରୀ କଲ୍ୟାଣ ମଣ୍ଡପରେ ମହିଳା ସ୍ବେଚ୍ଛାସେବୀ ସଙ୍ଗଠନ ‘ଅଜିତା’ର ବୈଠକ ଏବଂ ଅପରାହ୍ନ ୪ଟା ୨୦ରେ ଯୁବ ସ୍ବେଚ୍ଛାସେବୀ ସଙ୍ଗଠନ ‘ୟୁଥ ଫର ଏକ୍ସନ’ ବୈଠକ, ଅପରାହ୍ନ ୫ଟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା, ସନ୍ଧ୍ୟା ୫ଟା ୫୦ରେ ବୁଦ୍ଧିଜୀବି ସମ୍ମିଳନୀ ଏବଂ ସନ୍ଧ୍ୟା ୭ଟାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) କାର୍ଯ୍ୟାଳୟରେ ଆତିଥ୍ୟ କାର୍ଯ୍ୟକ୍ରମ ଆଦି ରହିଛି। ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମର ସଫଳତା ନେଇ ଅପରାଜିତାଙ୍କ ଏକ ସ୍ୱତନ୍ତ୍ର ଟିମ୍ ଆସିକା ଆସି ରୂପରେଖ ପ୍ରସ୍ତୁତ କରି ଯାଇଛନ୍ତି।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.