Home ଓଡ଼ିଶା ମହିଳାଙ୍କ ଘର ଶଶୁର ଓ ଦେଢଶୁର ପୋଡି ଦେବା ଅଭିଯୋଗ ଦେଢଶୁର କୋର୍ଟ ଚାଲାଣ

ମହିଳାଙ୍କ ଘର ଶଶୁର ଓ ଦେଢଶୁର ପୋଡି ଦେବା ଅଭିଯୋଗ ଦେଢଶୁର କୋର୍ଟ ଚାଲାଣ

57

ନୟାଗଡ/୫/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଓସ୍ତପଡା ଗ୍ରାମରେ ଘରୋଇ ବିବାଦ କୁ କେନ୍ଦ୍ର କରି ଜଣେ ନିରିହ ଲୋକ ରହୁଥିବା କୁଡିଆ କୁ ଆକ୍ରୋସ ରଖି ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଏ ସର୍ମ୍ପକେ ଚାନ୍ଦପୁର ଥାନାରେ ଓସ୍ତପଡା ର ସୁଶାନ୍ତ ଶ୍ରୀଚନ୍ଦନ ଙ୍କ ସ୍ତ୍ରୀ ଉକି ଶ୍ରୀଚନ୍ଦନ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏତଲା ପାଇ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଘରପୋଡି ର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଶ୍ରୀଚନ୍ଦନ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ସୁଶାନ୍ତ ଶ୍ରୀଚନ୍ଦନ ଦୀର୍ଘ ବର୍ଷ ହେଲା ଏକ ଅଣ ଓଡିଆ ଝିଅ ଉକି ଶ୍ରୀଚନ୍ଦନ କୁ ବିବାହ କରି ଏକ କୁଡିଆ ଘର କରି ରହି ଆସୁଥିଲା । ସେ ଜଣେ ପଥର କଟା ମେସିନ୍ ଡ୍ରାଇଭର ଭାବେ କାମ କରନ୍ତି ।

ତାଙ୍କର ଦୁଇଟି ପୁଅ ଝିଅ କୁ ଧରି ସେ ସେହି କୁଡିଆ ଘରେ ରହିଆସୁଥିଲେ । ଘର ଡିହ ଜାଗା କୁ ନେଇ ସୁଶାନ୍ତ ଙ୍କର ତାଙ୍କ ବଡ ଭାଇ ପ୍ରଶାନ୍ତ ଶ୍ରୀ ଚନ୍ଦନ ଓ ବାପା ବାସୁ ସାହୁ ଙ୍କ ସହ ବିବାଦ ଲାଗି ରହିଥିଲା । ଘର ଡିହ ବଣ୍ଟା ହୋଇଥିଲେ ମଧ୍ୟ ସେ ପୁରୁଣା ଘର ଆଗରେ କାହିଁକି କୁଡିଆ କରି ରହିଛନ୍ତି ତାଙ୍କ ବାପା ଭାଇ ବିରୋଧ କରୁଥିଲେ । ଉକି ଶ୍ରୀଚନ୍ଦନ ଙ୍କ ଏତଲା ଅନୁଯାଇ ତାଙ୍କ ଶଶୁର ବାସୁ ସାହୁ ଓ ଦେଢସୁର ପ୍ରଶାନ୍ତ ଶ୍ରୀଚନ୍ଦନ ତାଙ୍କ ରହୁଥିବା କୁଡିଆରେ ନିଆଁ ଲଗାଇ ଦେଇଛନ୍ତି । ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମୀ ରଞ୍ଜନ ଦାସ ଙ୍କ ସୂଚନା ଅନୁଯାଇ ଦେଢସୁର ପ୍ରଶାନ୍ତ ଗିରଫ ହୋଇଥିବା ବେଳେ ଶଶୁର ବାସୁ ସାହୁ ଫେରାର୍ ଅଛନ୍ତି । ଖୁବ୍ ଶ୍ରୀଘ୍ର ତାଙ୍କୁ ଗିରଫ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.