Home ଓଡ଼ିଶା ୪ମାସର ଦରମା ନପାଇ ଘରୋଇବସ କର୍ମଚାରୀ ମାନଙ୍କ ପରିବାର ଭୋକରେ

୪ମାସର ଦରମା ନପାଇ ଘରୋଇବସ କର୍ମଚାରୀ ମାନଙ୍କ ପରିବାର ଭୋକରେ

126

ମାଲକାନଗିରି,୧୧ା୬ (ଓଡିଆ ପୁଅ ) ମହାମାରି କରୋନା ସମଗ୍ରବିଶ୍ୱ ରେ କାୟାବିସ୍ତାର କରିଚାଲିଥିବାରୁ ଲକଡାଉନ ପରିସ୍ଥିତି ପାଇଁ ଯାନ ବାହନ ଚଳାଚଳ ପ୍ରତିକଟକଣା ହୋଇଥିଲା ଏହା ଯୋଗୁ ବସଗୁଡିକ ଗତତିନି ମାସ ହେଲା ଚାଳାଚଳ ବନ୍ଦ ହୋଇଯାଇଥିଲା । ଏବେ ଅନଲକ ହୋଇ କଟକଣା କୋହଳ କରାଗଲା ପରେ କିଛି ମାତ୍ରାରେ କାଁ ଭାଁ ବସଗୁଡିକ ଚଳାଚଳ ଆରମ୍ଭକରିଛି । ମାଲକାନଗିରି ଜିଲ୍ଲାରେ ଚଳାଚଳ କରୁଥିବା ଦୂରଗାମୀ ଓ ସ୍ଥାନୀୟ ଘରୋଇବସ ଓ ସରକାରୀ ବସ ଗୁଡିକ ଠିକ ଭାବେ ଚଳାଚଳ କରିନାହିଁ । କେବଳ ଜୟପୁର ରୁ କାଲିମେଳା ପଡିଆବ୍ଲକ କୁ ଗୋଟିଏ ସରକାରି ବସ ଓ ଭୁବନେଶ୍ୱର କୁ ଦୁଇଟି, ସମ୍ବଲପୁର କୁ ଗୋଟିଏ ମାତ୍ର ଘୋରଇବସ ଚଳାଚଳ ଆରମ୍ଭ କରିଛି । କରୋନା ପାଇଁ ସେଥିରେ ମଧ୍ୟ ଯାତ୍ରୀ ମାନେ ହେଉନଥିବାରୁ ତାହା ଅଧାଦିନ ଚାଲିଲେ ଅଧାଦିନ ବସ ଷ୍ଟାଣ୍ଡରେ ଠିଆ ହୋଇରହୁଛି ।ଏହାର ସିଧାସଳଖ ପ୍ରଭାବ ପଡିଛି ଆଦିବାସୀ ଅଧ୍ୟୁଷିତ ମାଲକନଗିରି ଜିଲ୍ଲା ଘରୋଇବସ ମାଲିକ ସଂଘର କର୍ମଚାରୀ ମାନଙ୍କ ଉପରେ । ଗତ ମାର୍ଚମାସ ଠାରୁ ବସଗୁଡିକ ବନ୍ଦରହିଥିବାରୁ ଘରୋଇବସ ମାଲିକ ସଂଘର ରେ କାମକରୁଥିବା ୧୦ଜଣ କର୍ମଚାରୀ ଦୀର୍ଘ୪ମାସହେଲେ ଦରମା ନପାଇ ହଟହଟା ହେଉଛନ୍ତି ।ସେମାନେ ନିୟମିତ ଭାବେ କାମକରୁଥିଲେ ମଧ୍ୟ କରୋନା ଲକଡାଉନ ହେବାଠାରୁ ସେମାନଙ୍କୁ ଦରମା ମିଳିନଥିବାରୁ ସେମାନଙ୍କ ପରିବାର ଏବେ ଭୋକ ଓପାସରେ ଦିନବିତାଉଛନ୍ତି ।ଘରେ ଯାହା ଟଙ୍କା ପଇସା ଥିଲା ଲକଡାଉନ ରେ ତାହାସବୁ ସରିଗଲା,ଦୋକାନୀ ଓ ସାହିପଡିଶା ଠାରୁ କେତେ ଦିନ ବା ଧାରକରଜ କରିଚଳିବେ, ଲକଡାଉନ ସମୟରେ ଅନ୍ୟମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆ ଯାଉଛି ହେଲେ ସେମାନଙ୍କୁ ନିଜର ଦମା ମଧ୍ୟମିଳିନାହିଁ, ୪ମାସ ହେଲା ଦରମା ପାଇନଥିବାରୁ ସେମାନଙ୍କ ପରିବାର ବହୁତ ଦୁଃଖକଷ୍ଠରେ ରହିଛି, ଅଧା ଓଳିଖାଇଲେ ଆରଓଳି ଓପବାସ ରେ ରହିବାକୁ ପଡୁଛି,ସେମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇ ତୁରନ୍ତ ଦରମା ଦିଆଯାଉ ବୋଲି ମାଲକାନଗିରି ଘରୋଇବସ ମାଲିକ ସଂଘର କର୍ମଚାରୀ ପ୍ରଭାତ ମହୁରିଆ,ବାବୁରାଓ ନାଗୁଲ,ସୁବାସ ବିଷୋୟୀ, ମଲିକେଶ୍ୱର ଗୁରୁ,ସନ୍ତୋଷ ତ୍ରୀପାଠୀ,କୁମରପାଙ୍ଗି,ମଧୁସୁଦନ ମହାରଣା,ରାଜୁ ବାଗ,ଜନ ଖରା,କ୍ରୀଷ୍ଣା ସିଂ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.