Home କୋରାପୁଟ କୋରାପୁଟ ପ୍ରିମିୟର ଲିଗ ଓ ବିଜୁ ଜନତା ଦଳ ଜୋନାଲ କମିଟି ବୈଠକ

କୋରାପୁଟ ପ୍ରିମିୟର ଲିଗ ଓ ବିଜୁ ଜନତା ଦଳ ଜୋନାଲ କମିଟି ବୈଠକ

46

କୋରାପୁଟ ୨୯-୦୧(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ସଦଭାବନା ସଭାଗୃହଠାରେ କୋରାପୁଟ ପ୍ରିମିୟର ଲିଗ ଓ ବିଜୁ ଜନତା ଦଳର ଜୋନାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବିଜୁ ଜନତା ଦଳ ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ , କୋରାପୁଟ ବିଧାୟକ ରଘୁରାମ ପଡାଲ ,ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ,ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ , ପୂର୍ବତନ ସାଂସଦ ଝିନ୍ନ ହିକକା , ମହିଳା ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ମୀରା ପରିଡା , ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି , ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ ,ସଦସ୍ୟା ପାର୍ବତୀ ମସ୍ତି , ଡ.ଇନ୍ଦିରା ନନ୍ଦ , ଧର୍ମେନ୍ଦ୍ର ଅଧିକାରୀ ,ସୁରେଶ ପଟନାୟକ, ଜୟନ୍ତ କୁମାର ମିଶ୍ର , ସିମାଞଳ ମିଶ୍ର ,ବିଦ୍ୟାଧର ସାହୁ ,ବିମଳ କୁମାର ଗରଡା ,ଲଲାଟ ରଂଜନ ସେଠୀ ,ପିଂଟୁ ସାହୁ ,ଅଶ୍ୱିନୀ ସାହୁ  ପ୍ରମୁଖଙ୍କ ସହ ବ୍ଲକ ଓ ନଗର ବିଜେଡି ନେତାମାନେ ଯୋଗଦେଇଥିଲେ ।କ୍ରୀଡା ସଂଗଠକ ରବି ନାୟକ  ଓ ପ୍ରଦୀପ ମହାନ୍ତି ଯୋଗଦେଇ କୋରାପୁଟ ପ୍ରିମିୟର ଲିଗ ଆୟୋଜନ ସଂପର୍କରେ ଆଲୋକପାତ କରିଥିଲେ ।ଆସନ୍ତା ଫେର୍ବୁଆରୀ ମାସରୁ କୋରାପୁଟ ପ୍ରମିୟର ଲିଗ ଆରମ୍ଭ  ହେବ ବୋଲି ଜଣାପଡିଛି ।ଫୁଟବଲ , ଭଲିବଲ ଓ କ୍ରିକେଟ ପ୍ରତିଯୋଗୀତାମାନ ବିଜୁ ଜନତା ଦଳ ତରଫରୁ ଆୟୋଜନ କରାଯାଇ ଲୁକକାୟିତ କ୍ରୀଡା ପ୍ରତିଭା ଲୋକଲୋଚନକୁ ଅଣାଯିବା କୋରାପୁଟ ପ୍ରିମିୟର ଲିଗର ଉଦ୍ଦେଶ୍ୟ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.