Home ଜିଲ୍ଲା ପରିକ୍ରମା ୩ଦ ଦିନରେ ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘର ଗଣଧାରଣା

୩ଦ ଦିନରେ ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘର ଗଣଧାରଣା

33

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘ ବାଲେଶ୍ୱର, ବାସୁଦେବପୁର ଓ ତିହିଡି ଶାଖା ପକ୍ଷରୁ ଗତ ଶୁକ୍ରବାର ଠାରୁ ଏଆରସିଏସ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା ଗଣଧାରଣା ତୃତୀୟ ଦିନରେ ପହଞ୍ôଚଛି । ଚଳିତବର୍ଷ ଧାନକିଣାରେ ସେବା ସମବାୟ ସମିତି କର୍ମଚାରୀମାନଙ୍କୁ ସୁରକ୍ଷା, ରାହାଞ୍ଜ, ସରସଦା, ମାଳଦା ଭଳି ସେବା ସମବାୟ ସମିତିର ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କରିଥିବା ନିଲମ୍ବନ ଓ ସଂପାଦକ ପ୍ରତି ହୋଇଥିବା ଚାର୍ଜଫ୍ରେମ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ତେବେ କୌଣସି ସମିତି ଧାନକ୍ରୟରେ ଏଗ୍ରିମେଣ୍ଟ ଓ ଅଂଶଗ୍ରହଣ କରିବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସମବାୟ ସମିତି ସମୂହ ଭଦ୍ରକ ସର୍କଲ ଅଧିକାରୀ (ଏଆରସିଏସ୍‌) ଙ୍କ କାର୍ଯ୍ୟାଳୟ ସମମୁଖରେ ସଂଘ ପକ୍ଷରୁ ହୋଇଥିବା ଗଣଧାରଣା ଓ ଅନଶନରେ ସଭାପତି ନିରଂଜନ ସାହୁ ଓ ସାଧାରଣ ସଂପାଦକ ଅରୁଣ ଉଦୟ ପାତ୍ର ଏହି ଚେତାବନୀ ଦେବା ସହ ନୂତନ ଭାବେ ଆଜି ଯୋଗଦେଇଥିବା ଏଆରସିଏସ୍‌ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ଅବସରରେ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ତେବେ ନୂତନ ଏଆରସିଏସ୍‌ଙ୍କ ସଦାନନ୍ଦ ବେହେରା ଜିଲାପାଳଙ୍କ ସମେତ ତାଙ୍କର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନର ପନ୍ଥା ନିର୍ଣ୍ଣୟ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଏହି ଗଣଧାରଣା ଓ ଅନଶନରେ ବାସୁଦେବପୁର ଶାଖା ସଂପାଦକ ଚିନ୍ମୟ କୁମାର ମଲ୍ଲିକ, ତିହଡିର ମାୟାଧର ବେହେରା, ଭଦ୍ରକର ଗୌରାଙ୍ଗ ଚରଣ ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ଜ୍ଞାନରଂଜନ ମିଶ୍ର, ବଳଭଦ୍ର ମହାପାତ୍ର, ଶେଷଦେବ ପରିଡା, ବୃନ୍ଦାବନ ଭଳ, ଅମୂଳ୍ୟ ନାୟକ ଓ ବନମାଳୀ ମହାକୁଡ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.