Home ଜିଲ୍ଲା ପରିକ୍ରମା ମଦ ବୋଝେଇ କାର୍ ଜବତ, ୪ ଗିରଫ

ମଦ ବୋଝେଇ କାର୍ ଜବତ, ୪ ଗିରଫ

24

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରଡାଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ବାଲେଶ୍ୱର ଜିଲା ମାର୍କୋଣାରୁ ଧୁଷୁରୀ ଥାନା ଅନ୍ତର୍ଗତ ଗୁଡିପୋଖରୀ ଗ୍ରାମକୁ ଆସୁଥିବା ଏକ ନମ୍ବର ବିହୀନ ମଦ ବୋଝେଇ ସେଲ୍ କାରରୁ ୨୫ ପେଟି ଆସ୍କା ଫଟି ମଦ ଜବତ କରାଯାଇଥିଲା । ଏବଂ ଏଥିରେ ସଂପୃକ୍ତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଆସାମୀମାନେ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ ଗୁଡିପୋଖରୀ ଗ୍ରାମର ନରେନ୍ଦ୍ର ବେହେରା ଓରଫ ଅଝଟିଆ, ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମର ବାବୁଲି ସାମଲ, ତିହିଡି ଥାନା ଅନ୍ତର୍ଗତ ତିହିଡି ଗ୍ରାମର ରାଜକିଶୋର ପୁହାଣ ଓ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମର ରିଣ୍ଟୁ ଜେନା । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଭଦ୍ରକ ଅବକାରୀ ଥାନା ଓଆଇସି ସନ୍ତୋଷ ବଳ, ଏଏସ୍‌ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ରମେଶ ନାୟକ, ଅନବାଦିତ୍ୟ ବାରିକ, ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା କେଶ୍ ନଂ ୯୦/୨୧-୨୨ ମୂଳେ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.