Home ଜିଲ୍ଲା ପରିକ୍ରମା ୩ଟି ଷଣ୍ଢ ନେଇ ଯାଉଥିବା ପିକ୍‌ଅପ୍ ଭ୍ୟାନ୍ ଜବତ, ୧ ଷଣ୍ଢ ମୃତ, ଉତ୍ତ୍ୟକ୍ତ ଲୋକଙ୍କ...

୩ଟି ଷଣ୍ଢ ନେଇ ଯାଉଥିବା ପିକ୍‌ଅପ୍ ଭ୍ୟାନ୍ ଜବତ, ୧ ଷଣ୍ଢ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

81

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଆଜି ଏହି ଜିଲାର ପୁରୁଣାବଜାର ଥାନା ଅଧୀନସ୍ଥ ଭଦ୍ରକ ପୌରପାଳିକାର ୨୯ନଂ ୱାର୍ଡର ଗରଦପୁର ମିଲ୍ ଛକ ନିକଟରେ ୩ଟି ଷଣ୍ଢ ନେଇ ଯାଉଥିବା ପିକ୍‌ଅପ୍ ଭ୍ୟାନ୍‌କୁ ଲୋକେ ଅଟକାଇ ରାସ୍ତାରୋକ କରିଥିବାର ଜଣାପଡିଛି । ତେବେ ଭ୍ୟାନ୍‌ଟିର ଚାଳକ ଫେରାର ହୋଇଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଉକ୍ତ ପିକ୍‌ଅପ୍ ଭ୍ୟାନ୍‌ଟି ୩ଟି ଷଣ୍ଢ ନେି ଯାଉଥିବାବେଳେ ଗରଦପୁର ମିଲ୍ ଛକ ନିକଟରେ ଖରାପ ହୋଇଯାଇଥିଲା । ସ୍ଥାନୀୟ ଲୋକେ ଭ୍ୟାନ୍‌ଟି ଭିତରେ ୩ଟି ଷଣ୍ଢ ଥିବାର ଦେଖିବାକୁ ପାଇଥିଲେ । ଏବଂ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଯିବା ସହ ଭ୍ୟାନ୍‌କୁ ଭଙ୍ଗାରୁଜା କରାଯାଇଥିଲା । ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ମଧ୍ୟ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୁରୁଣାବଜାର ଥାନା ଅଧିକାରୀ ଗଣେଶ୍ୱର ପ୍ରଧାନ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ । ପରେ ଏସ୍‌ଡିପିଓ ସାର୍ଥକ ରାୟ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପୁଲିସ୍ ଷଣ୍ଢ ଚାଲାଣ ହେଉଥିବା ପିକ୍‌ଅପ୍ ଭ୍ୟାନ୍‌ଟିକୁ ଜବତ କରି ୩ଟି ଷଣ୍ଢକୁ ଉଦ୍ଧାର କରିଛି । ତେବେ ସେଥିମଧ୍ୟରୁ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବାର ଦେଖାଯାଇଥିଲା । ଏହି ଘଟଣାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.