Home ଜିଲ୍ଲା ପରିକ୍ରମା ଅର୍ଥ ସାଜିଛି ବାଧକ : ପୋଡା ଘା’ କୁ ନେଇ ଯନ୍ତ୍ରଣାରେ ବାପଘରେ ଜୀବନ କାଟୁଛି...

ଅର୍ଥ ସାଜିଛି ବାଧକ : ପୋଡା ଘା’ କୁ ନେଇ ଯନ୍ତ୍ରଣାରେ ବାପଘରେ ଜୀବନ କାଟୁଛି ସୁଭଦ୍ରା

58

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ପୌରପାଳିକା ଅଧୀନସ୍ଥ ୨୫ନଂ ୱାର୍ଡ ପୁରୁଣାବଜାର କାରୁଆସାହିର ସୁଭଦ୍ରା ଘଡେଇ ନାମକ ଜଣେ ମହିଳା ୨ ବର୍ଷ ହେବ ବିବାହ କରିଥିଲେ ମଧ୍ୟ ଶ୍ୱଶୁରଘରେ ରୋଷେଇ କରିବାକୁ ଯାଇ ପୋଡିହୋଇ ଗୁରୁତର ହେବା ପରେ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ହୋଇନପାରି ପିତ୍ରାଳୟରେ ଅସହାୟ ଭାବେ ଜୀବନ କାଟୁଥିବାବେଳେ ତାର ଚିକିତ୍ସା କ୍ଷେତ୍ରରେ ଅର୍ଥ ବାଧକ ସାଜିଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ସୁଭଦ୍ରା ଦୁଇବର୍ଷ ତଳେ ଢେଙ୍କାନାଳ ଜିଲାର ମଙ୍ଗଳପୁର ଗ୍ରାମର ଗୋପବନ୍ଧୁ ନାୟକଙ୍କୁ ବିବାହ କରିବା ପରେ ଏକ କନ୍ୟା ସନ୍ତାନର ଜନନୀ ହୋଇଥିଲା । ସେହି କୁନି ଝିଅଟି ନାଁ ଲଭ୍‌ଲି ହୋଇଥିବାବେଳେ ସେ ଏବେ ଦେଢବର୍ଷର । ଘଟଣାକ୍ରମେ ରୋଷେଇ କରୁଥିବା ବେଳେ ଶାଢୀରେ ନିଆଁ ଲାଗି ତାର ଗୋଡ ସମେତ ଦେହ ଜଳିଯାଇଥିଲା । ଏହି ଖବର ପାଇ ସୁଭଦ୍ରାର ମା’ ଗ୍ରାମବାସୀମାନଙ୍କ ଠାରୁ ମାଗଣ କରି ସେଠାରେ ପହଞ୍ôଚ ଚିକିତ୍ସାର ଅବହେଳା ଜାଣି ପ୍ରାୟ ୫ ମାସ ହେବ କନ୍ୟା ଓ ନାତୁଣୀକୁ ଘରକୁ ନେଇଆସିଥିଲା । ଏବଂ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ ଗୋଡର ଘା’ ଶୁଖୁନଥିବାରୁ ସେ ଏବେ ଅସହ୍ୟ ଯନ୍ତ୍ରଣା ଭୋଗୁଛି । ସୁଭଦ୍ରାର ପିତା ଜଣେ ଯକ୍ଷ୍ମାରୋଗୀ ହୋଇଥିବାବେଳେ ମା’ ବାସନ ମାଜି ଘର ଚଳାଏ । ଭାଇ ଭିନ୍ନକ୍ଷମ ହୋଇଥିବାବେଳେ ସୁଭଦ୍ରାର ସ୍ୱାମୀ ମଝିରେ ଆସି ମାତ୍ର ୨ ହଜାର ଟଙ୍କା ଦେଇଯାଇ ଚୁପ୍‌ଚାପ ଘରେ ବସିଛି । ସୁଭଦ୍ରାର ବାପଘର ଅବସ୍ଥା ଅତ୍ୟନ୍ତ ଦରିଦ୍ରତା ମଧ୍ୟରେ କଟୁଥିବାରୁ ତାଙ୍କର ଚିକିତ୍ସା ପାଇଁ ସରକାରୀ ସହାୟତା ଲୋଡିଛନ୍ତି ଉକ୍ତ ପରିବାର । ସୁଭଦ୍ରା ଭଲ ହୋଇଗଲେ ନିଜ ଗୋଡରେ ଠିଆ ହୋଇ ପରିବାର ପାଇଁ କିଛି କରିପାରିବେ ବୋଲି ଆଶା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.