Home ଜିଲ୍ଲା ପରିକ୍ରମା ମହଙ୍ଗା ପଡିଲା ଚୋରା ପୀରିତ, ଧରାପଡି ପ୍ରେମିକା ଘରେ ବନ୍ଧାହେଲା ପ୍ରେମିକ

ମହଙ୍ଗା ପଡିଲା ଚୋରା ପୀରିତ, ଧରାପଡି ପ୍ରେମିକା ଘରେ ବନ୍ଧାହେଲା ପ୍ରେମିକ

135

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଏହି ଜିଲାର ଚାନ୍ଦବାଲି ବ୍ଲକ୍ ବାଂଶଡା ଥାନା ଯଶିପୁର ପଂଚାୟତର ଶୁଭଦିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପ୍ରେମିକାକୁ ଦେଖା କରିବାକୁ ଆସି ଧରାପଡିଯିବାରୁ ତାର ପରିବାର ଲୋକେ ରାତିସାରା ପ୍ରେମିକକୁ ଘର ଭିତରେ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ଡରେ ସକାଳ ପର୍ଯ୍ୟନ୍ତ ବାନ୍ଧି ରଖିବା ପରେ ଖବର ପାଇ ପୁଲିସ୍ ପହଞ୍ôଚ ଉକ୍ତ ପ୍ରେମିକକୁ ଉଦ୍ଧାର କରି ଥାନାକୁ ଆଣିଛି । ପ୍ରେମୀ ଯୁବକଙ୍କ ଘର ଯଶିପୁର ହୋଇଥିବାବେଳେ ସେ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା । ଯୁବତୀଙ୍କ ବାପା ବାହାରେ ରହି କାର୍ଯ୍ୟ କରୁଥିବାବେଳେ ତାଙ୍କ ସାନଭାଇ ମଧ୍ୟ ନିଜ ଦାଦାଙ୍କ ପାଖରେ ରହୁଥିଲେ । ଯୁବତୀ ଘରେ ଏକାକି ଥିବାର ଜାଣି ପ୍ରେମିକ ଜଣକ ବିଳମ୍ବିତ ରାତିରେ ତାଙ୍କୁ ଭେଟିବାକୁ ଆସି ପରିବାର ସଦସ୍ୟଙ୍କ ହାବୁଡରେ ପଡିଯାଇଥିଲା । ପୁଲିସ୍ ଉଭୟ ପରିବାର ଲୋକଙ୍କୁ ଥାନାକୁ ଡକାଇ ଆଲୋଚନା କରୁଥିବାବେଳେ ଯୁବକ ଜଣକୁ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.