Home ଓଡ଼ିଶା ୨୦୨୦ରେ ଓଡିଶାର ଉନ୍ନତି ଓ ଦେଶର ପ୍ରଗତି ହେଉ – ଧର୍ମେନ୍ଦ୍ର ପ୍ରଧାନ

୨୦୨୦ରେ ଓଡିଶାର ଉନ୍ନତି ଓ ଦେଶର ପ୍ରଗତି ହେଉ – ଧର୍ମେନ୍ଦ୍ର ପ୍ରଧାନ

187

ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ ପରେ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ପୁରୀ, ଡିସେମ୍ବର ୩୧ (ଓଡ଼ିଆ ପୁଅ) – ଦୁଇଦିନିଆ ପୁରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଂରାଜୀ ନବବର୍ଷର ଦିନକ ପୂର୍ବରୁ ମଙ୍ଗଳବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ନୂଆବର୍ଷରେ ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମଙ୍ଗଳ କାମନା କରିବା ସହ ୨୦୨୦ରେ ଓଡିଶାର ଉନ୍ନତି ଓ ଦେଶର ପ୍ରଗତି ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମୟ ଅନୁସାରେ ପୁରୀର ରୂପ ବଦଳୁଛି। ଆଗାମୀ ଦିନରେ ସ୍ଥାନୀୟ ସମାଜ ତଥା ପୁରୀ ଅଂଚଳର ଧର୍ମାଚାର୍ଯ୍ୟଙ୍କ ସହଯୋଗରେ ଶ୍ରୀମନ୍ଦିରର ଆହୁରି ସୌନ୍ଦର୍ଯ୍ୟକରଣ କରାଯିବା ସମସ୍ତଙ୍କ ଦାୟିତ୍ୱ। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁନ୍ଦରତର କରାଯାଇ ପୁରୀ, କୋଣାର୍କ, ଚିଲିକା, ସାକ୍ଷୀଗୋପାଳ, କାକଟପୁର ମାଁ ମଙ୍ଗଳା ଏବଂ ରଘୁରାଜପୁରର ପଟ୍ଟଚିତ୍ର ତଥା ଧାର୍ମିକ ଭାବନା ସହ ଜଡିତ ପର୍ଯ୍ୟଟନ କ୍ଷେତ୍ରକୁ ବଢାଇବା ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ୨୦୧୯ ବର୍ଷରେ ବିଶ୍ୱର ସମସ୍ତଙ୍କ ପ୍ରତି ମହାପ୍ରୁଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଲା। ଅନୁରୂପ ଭାବେ ୨୦୨୦ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି। ୨୦୨୦ରେ ଓଡିଶା ଅଧିକ ସ୍ୱୟଂସମ୍ପନ୍ନ ହେଉ ଏବଂ ଓଡିଆ ଲୋକମାନଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆସୁ। ବିନା ବିବାଦରେ ସବୁ କାମ ସୂଚାର ରୂପେ ସମ୍ପାଦିତ ହେଉ। ଜଣେ ଭକ୍ତ ଭାବରେ ରତ୍ନଭଣ୍ଡାର ଖୋଲାଯାଉ, କିନ୍ତୁ ତାହା ସ୍ଥାନୀୟ ପ୍ରଶାସନର ନିଷ୍ପତି ଉପରେ ନିର୍ଭର କରେ ବୋଲି ଅନ୍ୟ ଏକ ପୃଥକ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି। ୨୦୨୦ରେ ଓଡିଶାକୁ ଆହୁରି ବଡ କରିବାର ଆଶା ଓ ଆକାଂକ୍ଷା ରହିଥିବା ସେ ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ ଏହି ପୁରୀ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ମହୋଦଧି ମହାବୀର କ୍ଲବ ଠାରେ ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ ଦ୍ୱାରା ଆନୁଷାଙ୍ଗିକ ସୁବିଧା ସମ୍ବଳିତ ସର୍ବସାଧାରଣ ପାଠାଗାରର ଲୋକାର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.