Home ଓଡ଼ିଶା ବିଶିଷ୍ଟ ପ୍ରକାଶକ ଓ ସଂପାଦକ ସୋନି ମେହେଟ୍ଟାଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ବିଶିଷ୍ଟ ପ୍ରକାଶକ ଓ ସଂପାଦକ ସୋନି ମେହେଟ୍ଟାଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

148

ଭୁବନେଶ୍ୱର, ୩୧/୧୨ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ବିଶିଷ୍ଟ ପ୍ରକାଶକ ଓ ସଂପାଦକ ସୋନି ମେହେଟ୍ଟାଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତଃ ମେହେଟ୍ଟା ଜଣେ ଦକ୍ଷ ସଂପାଦକ ଭାବେ ବେଶ ଜଣାଶୁଣା ଥିଲେ। ସେ Alfred A. Knopf ର ସଭାପତି ଓ ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ଏଥି ସହ ସେ Knopf Doubleday Publishing Groupର ଚେୟାରମ୍ୟାନ ଥିଲେ। ସ୍ୱର୍ଗତଃ ମେହେଟ୍ଟା ଆନ୍ତର୍ଜାତିୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.