Home ଜିଲ୍ଲା ପରିକ୍ରମା ୧୨ଚକିଆ ଟ୍ରକ,ମଟର ସାଇକେଲ ସହ ୪୯୫କେଜି ଗଜେଂଇ ଜବତ, ୬ଜଣ ଗିରଫ

୧୨ଚକିଆ ଟ୍ରକ,ମଟର ସାଇକେଲ ସହ ୪୯୫କେଜି ଗଜେଂଇ ଜବତ, ୬ଜଣ ଗିରଫ

146

ମାଲକାନଗିରି,୨୬ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଓରକେଲ ଥାନା ପୁଲିସକୁ ମିଳିଛି ବଡ ଧରଣର ସଫଳତା । ଗତ ଦୁଇଦିନ ମଧ୍ୟରେ ଓରକେଲ ଥାନା ପକ୍ଷରୁ ଚଢଉ କରାଯାଇ ପୃଥକ ପୃଥକ ଘଟଣା ରେ ଗୋଟିଏ ୧୨ଚକିଆ ଟ୍ରକ, ଗୋଟିଏ ମଟରସାଇକେଲ ଓ ୪କୁଇଂଟାଲ ୯୫କେଜି ୧୦୦ ଗ୍ରାମ ଗଜେଂଇ ଜବତ ସହ ଗଜେଂଇ ଚୋରାଚାଲଣ ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ରାତ୍ରରେ ଓରକେଲ ଥାନାର ସବଇନିସପେକ୍ଟର ମିଲନ ମଜୁମଦାର ଓ ପୁଲିସ ସଦଳବଳ ହାତିଆମ୍ବ ଛକ ନିକଟରେ ରାତ୍ର ପେଟ୍ରୋଲିଂ କରୁଥିବା ବେଳେ ବାଲିମେଳା ଆଡୁ ସିଜି୦୭ସିଏ୯୦୪୯ ନମ୍ବର ଏକ ୧୨ଚକିଆ ଟ୍ରକ ଦୃତଗତିରେ ଜୟପୁର ଅଭିମୁଖେ ପଳାଉଥିବାର ଦେଖି ତାକୁ ଗୋଡାଇ ଧରିଥିଲେ । ଟ୍ରକଟି କୁ ଜାଚଂକରିବାରୁ ସେଥିରୁ ୧୫ଟି ପ୍ଲାଷ୍ଟିକ ବସ୍ତାରେ ଗଜେଂଇ ଥିବାର ଦେଖିବାକୁ ପାଇଥିଲେ । ଟ୍ରକ ଓ ଗଜେଂଇ ଜବତ ସହ ଗାଡିରେ ବସିଥିବା ୪ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ଥାନାକୁ ନେଇଥିଲେ । ଆଜି ସକାଳେ ଜବତ ଗଜେଂଇଗୁଡିକୁ ଓଜନ କରିବାରୁ ୧୫ଟି ପ୍ଲାଷ୍ଟିକ ବସ୍ତାରେ ୪୯୫ କେଜି ଗଜେଂଇ ସେଥିରେ ଥିଲା । ଜବତ ଗଜେଂଇର ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଗିରଫ ବ୍ୟକ୍ତିମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ ପୁଲିସ ଜବତ କରିଛି । ଗିରଫ ୪ଜଣ ହେଲେ ପଜାଂବର ଗୁରପିତ ସିଂ(୩୪),ମାଲକାନଗିରି ପାଣ୍ଡ୍ରୀପାଣି ଗ୍ରାମର ସୁରନେଦ୍ର ଗାଦବା(୨୫),ନିଳକମଲ ବିଶ୍ୱାସ(୩୦) ଓ ଛତିଶଗଡର କମଲଜିତ ସିଂ(୩୦) ଏମାନେ ଚିତ୍ରକୋଣ୍ଡା ଅଚଂଳରୁ ଚୋରାରେ ଏହି ଗଜେଂଇ ଗୁଡିକୁ କ୍ରୟକରି ପଜାଂବ କୁ ବିକ୍ରୟ କରିବା ନିମନ୍ତେ ନେଉଥିବାର ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଗିରଫ ୪ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଠିକ ସେହିପରି ସୋମବାର ରାତ୍ରରେ ଓରକେଲ ଥାନା ସବଇନିସପେକ୍ଟର କୃଷ୍ଣାକୁମାରୀ ପ୍ରଧାନ ଙ୍କ ନେତୃତ୍ୱରେ ପୁଲିସ ସଦଳବଳ ସଦାଶିବପୁର ଛକ ଠାରେ ରାତ୍ର ପେଟ୍ରୋଲିଂ କରୁଥିବା ସମୟରେ ଏକ ମଟରସାଇକେଲ ସେହି ରାସ୍ତାରେ ଦୃତଗତିରେ ପଳାଇଥିବା ସମୟରେ ତାକୁ ଗୋଡାଇ ପୁଲିସ ଧରିଥିଲେ । ମଟର ସାଇକେଲ ଜାଚଂ କରିବାରୁ ସେଥିରୁ ପଲିଥିନ ବ୍ୟାଗରେ ଗଜାଂଇଥିବାର ଦେଖିବାକୁ ପାଇଥିଲେ । ମଟରସାଇକେଲ ସହ ସେଥିରେ ଥିବା ଦୁଇଜଣଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ଥାନାରେ ଗଜେଂଇ ଗୁଡିକୁ ଓଜନ କରିବାରୁ ୪୫କେଜି୧୦୦ ଗ୍ରାମ ହୋଇଥିଲା । ଗଜେଂଇ ଚାଲାଣ କରୁଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ଓରକେଲ ଥାନା ସାହେବଗୁଡା ଗ୍ରାମର ରାମଚନ୍ଦ୍ର ଖିଲ(୩୦) ଓ ସୋନା ଖିଲ(୪୦)ଙ୍କୁ ପୁଲିସ ଗିରଫ କରିଛନ୍ତି । ଆଜି ସମସ୍ତ ଗଜେଂଇ ଚୋରାଚାଲଣ କାରି ମାନଙ୍କୁ ପୁଲିସ କୋର୍ଟଚାଲାଣ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଗଜେଂଇ ଚାଷ ଓ ଚୋରା ଚାଲାଣର ଭୁସ୍ୱର୍ଗ ପାଲଟିଥିବା ବେଳେ ଏସିପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢଉ କରାଯାଇ ଚଳିତ ବର୍ଷ ୫୯ଟି ଚୋରା ଗଜେଂଇ ଚାଲାଣ ମାମଲା ରୁଜିହୋଇଛି,ଗତକାଲି ସୁଦ୍ଧା ୧୭,୫୭୨.୯୫୦କେଜି ଚୋରା ଗଜେଂଇ ଓ ୫୬ଟି ଗାଡି ଜବତ ସହ ୧୨୨ଜଣ ଙ୍କୁ ଗିରଫ କରାଯାଇଛି ବୋଲି ଆଜି ଏ ସମ୍ପର୍କ ମାଲକାନଗିରି ଏସପି ରିସିକେସ ଡି ଖିଲାରୀ ପ୍ରେସ ନୋଟ ମାଧ୍ୟମରେ ଗଣ ମାଧ୍ୟମକୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.