Home ଓଡ଼ିଶା ବୈତରଣୀ ନଦୀରେ ବଡ ବନ୍ୟା ଆଶଙ୍କା

ବୈତରଣୀ ନଦୀରେ ବଡ ବନ୍ୟା ଆଶଙ୍କା

157

କୋରେଇ ୨୬/୮ (ଓଡ଼ିଆ ପୁଅ/ଭାସ୍କର ସାହୁ) ଉପର ମୁଣ୍ଡରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ପ୍ରବଳପାଣି ଆସି ବୈତରଣୀ ନଦୀ ର ଜଳସ୍ଥର ଦୃତଗତିରେ ବଢି ବନ୍ୟା ଆଶଙ୍କା ସୃଷ୍ଠି ହୋଇଛି। ପାଣିର ପ୍ରକୋପ ରେ ବୈତରଣୀ ନଦୀ କୁଳ ଲଙ୍ଘିବା ଆରମ୍ଭ କଲାଣି।ଜଳସେଚନ ବିଭାଗ ତରଫରୁ ମିଳଥିବା ସୂଚନା ମୁତାବକ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଗତ କାଲି ରାତି ୧ ଟା ବେଳେ ଜଳସ୍ଥର ଥିଲା ୧୭.୧୯, ଆଜି ସକାଳ ୭ ଟା ରେ ୧୭.୩୩, ୮ ଟା ବେଳେ ଜଳସ୍ଥର ୧୭.୪୩ ଥିଲା।ଦିନ୧୧ଟାରେ ବିପଦ ସଂକେତ ଅତିକ୍ରମ କରିଥିଲା। ସଂଧ୍ୟା୬ଟାରେ ବଢି ୧୮.୭୫, ସଂଧ୍ୟା ୭ ଟା ସୁଧା ଜଳ ସ୍ଥର ୧୮.୮୧ରେ ପହଂଚିଛି। ଏବେ ଜଳସ୍ଥର ଘଂଟାକୁ ଘଂଟା ବଢୁଥିବାରୁ ଓ ଉପର ମୁଣ୍ଡରେ ବର୍ଷା ଜାରି ରହିବା ସହିତ ଆନ୍ଦପୁର ବ୍ୟାରେଜ ଦେଇ ଆସୁଥିବା ପ୍ରବଳ ପାଣି ବୈତରଣୀ ନଦୀର ଜଳସ୍ଥର ଆଜି ରାତି ସୁଧା ବଢି ଏକ ବଡ ବନ୍ୟା ସୃଷ୍ଠି ହେବାର ଆଶଙ୍କା ରହିଛ ି ବୋଲି ଆଖୁଆପଦା ବ୍ୟାରେଜର କର୍ମଚାରୀ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆଜି ଦିନ ୯ଟା ସୂଚନା ମୁତାବକ ଆଖୁଆପଦା ଠାରେ ୮୧.୦୬ ମିଲିମିଟର, ଆନନ୍ଦପୁର ରେ ୧୦୮.୦୮, ଚମ୍ପୁଆ ରେ ଆଜି ୨୦୧.୦୦ ମିଲିମିଟର, ସ୍ୱମପାଟଣା ୧୭୬.୦୪, କେଉଂଝର ୧୫୮.୦୪, ଠାକୁରମୁଣ୍ଡା ୧୬୦.୦୦ ମିଲିମିଟର ବର୍ଷା ହୋଇଛି। ଏ ପଟେ ବୈତରଣୀନଦୀ ରେ ବଡ ବନ୍ୟା ଆଶଙ୍କା ଥିବାରୁ ଯାଜପୁର ଜିଲ୍ଲାର କୋରେଇ, ଦଶରଥପୁରର ନଦୀକୁଳିଆ ଏବଂ ତଳିଆ ଅଂଚଳବାସୀ ଭୟବିତ ହୋଇପଡିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବୈତରଣୀରେ ଆସୁଥିବା ବନ୍ୟାକୁ ମୁକାବିଲା କରିବାପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.