Home ଜିଲ୍ଲା ପରିକ୍ରମା ହୋମଗାର୍ଡଙ୍କୁ ଆକ୍ରମଣ ଘଟଣା, ୩୬ଜଣ ଗଜେଂଇଚାଲାଣ କାରି ଗିରଫ,୧୯୧୭ କେଜି ଗଜେଂଇ ଜବତ

ହୋମଗାର୍ଡଙ୍କୁ ଆକ୍ରମଣ ଘଟଣା, ୩୬ଜଣ ଗଜେଂଇଚାଲାଣ କାରି ଗିରଫ,୧୯୧୭ କେଜି ଗଜେଂଇ ଜବତ

73

ମାଲକାନଗିରି,୭ା୯ (ଓଡିଆ ପୁଅ )ଗତ ଶନିବାର ଦିନ ଗଜେଂଇ ଚାଲାଣକାରି କାଉଡିଆମାନଙ୍କ ଆକ୍ରମଣରେ ମାଲକାନଗିରି ଜିଲ୍ଲା ଓରକେଲ ଥାନାର ହୋମଗାର୍ଡ ବନବାସୀ ମହାରଣାଙ୍କର ମୃତ୍ୟୁ ଘଟିଥିଲା । ଏ ସଂପର୍କରେ ମାଥିଲି ଥାନାରେ ଏକ କେସ ରୁଜୁକରାଯାଇ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୁଲିସ ସ୍କାର୍ଡ ଟିମ ଗଠନ କରାଯାଇଥିଲା ଓ ସେହି ଘଟଣାର ଜୋରଦାର ତଦନ୍ତ ଜାରି ରହିଥିଲା । ପୁଲିସ ଟିମ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ନବରଙ୍ଗପୁର ଜିଲ୍ଲା କସାଗୁମୁଡା,ଡାବୁଗାଁ,ଉମରକୋଟ,କୋଟପାଡ, କୋଡିଗାଁ ଅଚଂଳର ୩୬ଜଣ ଗଜେଂଇ ଚାଲାଣକାରି କାଉଡିଆଙ୍କୁ ପୁଲିସ ଗତକାଲି ଗିରଫ କରିବାରେ ସଫଳ ହୋଇଛି, ସେମାନଙ୍କ ଠାରୁ ଦୁଇଟି ଓଟୋରିକ୍ସା, ୧୪୨ଟି ପ୍ଲାଷ୍ଟିକ ବସ୍ତାରେ ୧୯୧୭କେଜି ଗଜେଂଇ.୬ଟି ମୋବାଇଲଫୋନ,୩୦ହଜାରଟଙ୍କା ପୁଲିସ ଜବତ କରିଛି । ଏହି ଗିରଫ ୩୬ଜଣଙ୍କୁ ଆଜି କୋର୍ଟଚାଲାଣ କରାଯାଇ ଅଧିକ ତଦନ୍ତ ଚାଲିଛି, ଏହି ଗଜେଂଇ ଚାଲାଣ ଓ ହୋମଗାର୍ଡଙ୍କୁ ଆକ୍ରମଣ ଘଟଣାରେ ସାମିଲଥିବା ଅନ୍ୟ ଅଭି ଯୁକ୍ତ ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଏସପି. ଶ୍ରୀ ଖିଲାରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.