Home ଜିଲ୍ଲା ପରିକ୍ରମା ସ୍ୱାଭିମାନ ଅଚଂଳରେ ଉନ୍ନୟମୂଳକ କାର୍ଯ୍ୟାରେ ବାଧାସୃଷ୍ଟିକରୁଥିବା ରୁ ମାଓବାଦୀଙ୍କ ବିରୋଧରେ ଗର୍ଜିଲେ ସ୍ୱାଭିମାନ ଅଚଂଳବାସୀ

ସ୍ୱାଭିମାନ ଅଚଂଳରେ ଉନ୍ନୟମୂଳକ କାର୍ଯ୍ୟାରେ ବାଧାସୃଷ୍ଟିକରୁଥିବା ରୁ ମାଓବାଦୀଙ୍କ ବିରୋଧରେ ଗର୍ଜିଲେ ସ୍ୱାଭିମାନ ଅଚଂଳବାସୀ

59

ମାଲକାନଗିରି,୭ା୯ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ର ମାଓଗଡ ଭାବେ ପରିଚିତ ସ୍ୱାଭିମାନ ଅଚଂଳରେ ସରକାରଙ୍କ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ବାଧାସୃଷ୍ଟିକରୁଥିବା ମାଓବାଦୀଙ୍କ ବିରୋଧରେ ସ୍ୱରଉତୋଳନ କରି ଗର୍ଜିଛନ୍ତି ଜୋଡାମ୍ବ ପଚାଂୟତ ବାସୀ । ଚିରଅବହେଳିତ ହୋଇରହିଥିବା ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାଶ୍ୱର୍ରେ ଥିବା ମାଓପ୍ରବଣ ବିଛିନ୍ନାଚଂଳର ୮ଟି ପଚାଂୟତ କୁ ସଡକପଥରେ ଗମନାଗମନର ସୁବିଧାପାଇଁ ସରକାରଙ୍କ ପକ୍ଷରୁ ଗୁରୁପ୍ରୀୟା ସେତୁ ନିର୍ମାଣ ହେବାପରେ ସେ ଅଚଂଳରେ ରାସ୍ତାଠାରୁ ଆରମ୍ଭକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହି ଉନ୍ନୟନ ମୁଳକ କାର୍ଯ୍ୟରେ ବାରମ୍ବାର ମାଓବାଦୀ ମାନେ ବାଧାସୃଷ୍ଟି କରିଆସୁଥିବାରୁ ରବିବାରଦିନ ଅପରାହ୍ନରେ ସ୍ୱାଭିମାନଅଚଂଳ ଆଦିବାସୀ ବିକାଶ ଶାନ୍ତି ପରିଷଦ ର ଆହ୍ୱାନକ୍ରମେ ସ୍ୱାଭିମାନଅଚଂଳର ଜୋଡାମ୍ବ ପଚାଂୟତ ବାସୀ ଏକ ବିରାଟ ସୋଭା ଯାତ୍ରାରେ ଗ୍ରାମପରିକ୍ରମା କରି ମାଓବାଦୀଙ୍କ ଶାସନ ଚଳିବନାହିଁ,ହିସାଂ ଛାଡ ଉନ୍ନୟନ କାର୍ଯ୍ୟକୁ ବିରୋଧ ବନ୍ଦକର ଆଦି ସ୍ଲୋଗାନଦେଇ ଦର୍ଲାବେଢା ଗ୍ରାମନିକଟ ଜଙ୍ଗଲରେ ଏକ ପ୍ରଜାମେଳିର ଆୟୋଜନ କରିଥିଲେ । ଏହେ ମେଳିରେ ପଚାଂୟତର ବିଭିନ୍ନ ଗ୍ରାମରୁ ଶହଶହ ସଂଖ୍ୟାରେ ଆଦିବାସୀ ମହିଳା ପରୁଷ ଓ ପିଲାମାନେ ଯୋଗଦେଇଥିଲେ । ମିଥ୍ୟାରେ ପୁଲିସ ଇନଫରର୍ମର କହି ନିରିହ ଆଦିବାସୀ ମାନଙ୍କୁ ହତ୍ୟାକରୁଛନ୍ତି ,ସେମାନେ ଛୋଟ ଛୋଟ ପିଲାମାନଙ୍କୁ ମାଓସଂଗଠନରେ ଜବରଦସ୍ତ ମିଶାଇ ବିଭିନ୍ନ ହିଂସାକାଣ୍ଡରେ ସାମିଲକରୁଛନ୍ତି । ଗତକିଛି ମାସତଳେ ଜୋଡାମ୍ବ ଗ୍ରାମରେନିଆଁ ଲଗାଇ ଧ୍ୱସଂକରିଦେଇଥିଲେ । ଜୋଡାମ୍ବ ପଚାଂୟତରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସ୍ୱାଭିମାନଅଚଂଳକୁ ବିକାଶ ପଥରେ ଆଗେଇବା ହେଉଛି ଆମର ଲକ୍ଷ୍ୟ ,ହିସାଂ ବଦଳରେ ସ୍ୱାଭିମାନଅଚଂଳ ବାସି ଶାନ୍ତି ଚାହୁଁ ବୋଲି ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.