Home ଜିଲ୍ଲା ପରିକ୍ରମା ହୃଦାନନ୍ଦ ମେମେରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ସୂର୍ଯ୍ୟଶିଖା ଓ ଜେସିସି ବିଜୟୀ

ହୃଦାନନ୍ଦ ମେମେରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ସୂର୍ଯ୍ୟଶିଖା ଓ ଜେସିସି ବିଜୟୀ

29

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଆଜିଠାରୁ ଆରମ୍ଭ ହୋଇଛି ହୃଦାନନ୍ଦ ମେମୋରିଆଲ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ଜଗନ୍ନାଥପୁର କ୍ରିକେଟ କ୍ଲବ (ଜେସିସି) ଓ ଚରମ୍ପା କ୍ରିକେଟ ଏକାଡେମୀ ମଧ୍ୟରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ ସୂର୍ଯ୍ୟଶିଖା କ୍ଲବ ଓ ଗାନ୍ଧିଜୀ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଜେସିସି ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ସୂର୍ଯ୍ୟଶିଖା ବିଜୟୀ ହୋଇଥିଲା । ପ୍ରଥମ ମ୍ୟାଚରେ ଚରମ୍ପା ଏକାଡେମୀ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୩୮ରନ କରିଥିଲା । ଦଳର ଅଜୟ ରାଉତ ୫୧ ଓ ରାଜେଶ ବଳ ୨୩ରନ କରିଥିବା ବେଳେ ଜେସିସି ପକ୍ଷରୁ କ୍ଷମାସାଗର ବଳ ୪ଟି ଓ ସତ୍ୟକାମ ଭରଦ୍ୱାଜ ୨ଟି ଉଇକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ବ୍ୟାଟିଂରେ ଜେସିସି ଦଳ ୧୭.୩ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଜେସିସିର ଜୀତେନ୍ଦ୍ର ଭୋଇ ୫୨ ଓ ଅଂଶୁମାନ ମହାନ୍ତି ୨୯ ରନ କରିଥିବା ବେଳେ ରାଜେଶ ବଳ ଓ ଆର୍‌.କେ.ମହାରଣା ୨ଟି ଲେଖାଏଁ ଉଇକେଟ ନେଇଥିଲେ ।

ଜୀତେନ୍ଦ୍ର ଭୋଇଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ସୂର୍ଯ୍ୟଶିଖା କ୍ଳବ ବ୍ୟାଟିଂ କରିଥିଲା । ଦଳ ୨୦ ଓଭରରେ ୬ ଉଇକେଟରେ ୧୭୩ରନ କରିଥିଲା । ଅଂଶୁମାନ ନାୟକ ୪୯ ଓ ରଂଜିତ ମହାକୁଡ ୨୬ ରନ କରିଥିଲେ । ଗାନ୍ଧିଜୀ କ୍ଳବ ପକ୍ଷରୁ ନିର୍ଣ୍ଣେକ ଘୋଷ ୨ଟି ଓ ଚନ୍ମୟ ବିଶ୍ୱାଳ ଗୋଟିଏ ଉଇକେଟ ନେଇଥିଲେ । ପରେ ଗାନ୍ଧିଜୀ ୧୭୪ରନର ପିଛା କରି ୨୦ ଓଭରରେ ୮ ଉଇକେଟରେ ୧୩୭ ରନ କରିବାକୁ ସକ୍ଷମ ହୋଇ ମ୍ୟାଚକୁ ୩୭ରନରେ ମ୍ୟାଚ ହାରିଥିଲା । ଦଳର ଦିବ୍ୟଜ୍ୟୋତି ସାହୁ ୪୯ ଓ ବିପ୍ଳବ ଦଳାଇ ୧୯ରନ କରିଥିବା ବେଳେ ସୂର୍ଯ୍ୟଶିଖାର ରାଜୀବ ଦାସ ଓ ସରୋଜ ବେହେରା ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଅଂଶୁମାନ ନାୟକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ମ୍ୟାଚକୁ ଲଲାଟ କେଶରୀ ନନ୍ଦ, ସାର୍ଥକ ବିଶ୍ୱାଳ, ଦେବବ୍ରତ ଦାସ ଓ ଶାନ୍ତନୁ ରାଉତ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସୂର୍ଯ୍ୟଶିକ୍ଷା କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଉଦ୍‌ଘାଟନ କରିଥିଲେ । ସୂର୍ଯ୍ୟଶିଖା କ୍ଲବର ସମ୍ପାଦକ ପ୍ରଦିପ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଳ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧମାନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.