Home ଜିଲ୍ଲା ପରିକ୍ରମା ଆଇନ୍‌ଜୀବୀ ବସନ୍ତ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା

ଆଇନ୍‌ଜୀବୀ ବସନ୍ତ ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା

24

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ, କାର୍ଯ୍ୟରତ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର, ବିଜେଡିର ବରିଷ୍ଠ ନେତା, ଭଦ୍ରକ ବାର ଆସୋସିଏସନ୍‌ର ପୂର୍ବତନ ଉପସଭାପତି ତଥା ଭଦ୍ରକ ଆଇନ୍ ମହାବିଦ୍ୟାଳୟର ତଦାନ୍ତିନ ପ୍ରାଧ୍ୟାପକ ବସନ୍ତ କୁମାର ସ୍ୱାଇଁଙ୍କ ଶ୍ରଦ୍ଧାଞ୍ଜଳି ସଭା ତାଙ୍କର ପୈତୃକ ଗ୍ରାମ ମାଳିଅରୁଆଁ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ,ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ୍‌ର ପୂର୍ବତନ ଚେୟାରମ୍ୟାନ୍ ମଳୟ ଜେନା, ଅତିରିକ୍ତ ଜିଲା ଜଜ୍ ପ୍ରଣତି ସାହା, ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ର, ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଅମିତାବାଳା ଆଚାର୍ଯ୍ୟ, ଅଧିବକ୍ତା ପବନ ଶର୍ମା, ଶଶିଭୂଷଣ ପଣ୍ଡା, ଗଦାଧର ବଳ, ଜିତେନ୍ଦ୍ର ପଣ୍ଡା, ରାଜକିଶୋର ଦାସ, ଅରୁଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଗିରିଧାରୀ ନାଥ, ବନମାଳୀ ଜେନା, ସନାତନ ଦୀକ୍ଷିତ, ଦେବାଶିଷ ନାୟକ, ସଂଜୟ ମାଝୀ, ପ୍ରଫେସର ରାଜକିଶୋର ସାହୁ, ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ରାୟ, ଡାକ୍ତର ରବି ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ସ୍ୱାଇଁଙ୍କ ନିରପେକ୍ଷତା, ପରିଶ୍ରମ, ନିର୍ଭିକତାକୁ ଭୂୟସୀ ପ୍ରଶଂସା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ସ୍ୱର୍ଗତଃ ସ୍ୱାଇଁଙ୍କ ଜ୍ୟେଷ୍ଠପୁତ୍ର ଜ୍ୟୋତିରଂଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.