Home କେନ୍ଦୁଝର ହାଟଡିହି ତହସିଲିରୁ ଆରମ୍ଭ ହେଲା ରାଜସ୍ୱସେବା ରଥ, ଘରେ ପହଞ୍ଚିବ ରାଜସ୍ୱ ସେବା

ହାଟଡିହି ତହସିଲିରୁ ଆରମ୍ଭ ହେଲା ରାଜସ୍ୱସେବା ରଥ, ଘରେ ପହଞ୍ଚିବ ରାଜସ୍ୱ ସେବା

31

ହାଟଡିହି- ୧୭ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାରେ ପ୍ରଥମକରି ଆଜି ହାଟଡିହି ତହସିଲ ପକ୍ଷରୁ ଅଭିନବ ଉପାୟରେ ଘରେ ଘରେ ରାଜସ୍ୱ ସେବା ପହଞ୍ଚାଇବା ପାଇଁ ଆରମ୍ଭ କରାଯାଇଛି ରାଜସ୍ୱ ସେବା ରଥ । ଏହା ଗାଁ ଗାଁ ବୁଲି ଲୋକମାନଙ୍କୁ ରାଜସ୍ୱ ସେବା ଯୋଗାଇବ । ଫଳରେ କୋଭିଡ କଟକଣା ଭିତରେ ଲୋକମାନଙ୍କୁ ଆଉ ତହସିଲ ଆସି ହଇରାଣ ହେବାକୁ ପଡିବ ନାହିଁ । ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ତହସିଲଦାର କିର୍ତ୍ତନ ବିହାରୀ ଓଝା, ବିଡିଓ ବିନିତା ବିଜୟିନୀ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ଏହାକୁ ପତାକା ହଲାଇ ରାଜସ୍ୱ ସେବାରଥର ଶୁଭାରମ୍ଭ କରିବା ସହ ଏହାଦ୍ୱାରା ଲୋକମାନେ ବିଶେଷଭାବେ ଉପକୃତ ହୋଇପାରିବେ ଓ ଏହି ରଥ ଖାଲି ରାଜସ୍ୱ ସେବା ନୁହଁ ଲୋକମାନଙ୍କୁ କରୋନା ମହାମାରୀ ଠାରୁ ଦୁରେଇ ରହିବା ପାଇଁ ସଚେତନତା ମଧ୍ୟ କରାଇବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମୟରେ ସଢ଼ା ଓ ହଦଗଡର ରାଜସ୍ୱ ନିରୀକ୍ଷକ ପୁରସ୍ତମ କୁଅଁର, ରେକର୍ଡ କିପର ମାନସ ସାହୁ, ନାଜିର ଶ୍ରୀକାନ୍ତ ଜେନା, ମରୈଗାଁ ରାଜସ୍ୱ ନିରୀକ୍ଷକ ସନ୍ତୋଷ ନାୟକ, କିରାଣି ରାଜୀବ ସାହୁ, ଚନ୍ଦ୍ରପ୍ରଭା ଜେନା, ଜଲ୍ଲି ଜେନା, କେଦାର ସା ପ୍ରମୁଖ ଉପସ୍ଥିତ ଥିଲେ । ରାଜସ୍ୱ ନିରୀକ୍ଷକ ପୁରସ୍ତମ କୁଅଁରଙ୍କ ଦ୍ୱାରା ଆଜି ଏହି ରଥ ସଢ଼ା ଓ ହଦଗଡ ରାଜସ୍ୱ ସର୍କଲର ଜମ୍ଭିରା, ମିଠିଗାଁ, ମଟରାଗଡିଆ, କଣିଆରୀ, ନାହା, ଧରମପୁର, ସୁନ୍ଦରାପାଳ, କଣ୍ଟିଗଡିଆ, ସଙ୍ଗମ, ଡେଙ୍ଗାଚୁଆ ଆଦି ଗ୍ରାମ ପରିକ୍ରମା କରିବା ସହିତ ତହସିଲରୁ ପାଇବାକୁ ଥିବା ସେମାନଙ୍କ ଦାଖଲଖାରଜ ପଟ୍ଟା, ଓଏଲଆର ପଟ୍ଟା, ଲିଗାଲ ହେୟାର ସାଟିଫିକେଟ, ଜଂଗଲଜମି ପଟ୍ଟା ଓ ମିସି ସାଟିଫିକେଟ ଗୁଡିକୁ ଲୋକମାନଙ୍କୁ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.