Home କେନ୍ଦୁଝର ହାଟଡିହିରେ ପୁଣି ୫କରୋନା ପଜେଟିଭ, ୨୦ରେ ପହଞ୍ଚିଲା ପଜେଟିଭ ସଂଖ୍ୟା

ହାଟଡିହିରେ ପୁଣି ୫କରୋନା ପଜେଟିଭ, ୨୦ରେ ପହଞ୍ଚିଲା ପଜେଟିଭ ସଂଖ୍ୟା

291

ହାଟଡ଼ିହି, ୧୧/୬ : ହାଟଡିହି ବ୍ଲକରେ ପୁଣି ୫ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ସରକାରୀ ଭାବେ ଏହା ଘୋଷଣା ହୋଇ ନଥିଲେ ମଧ୍ୟ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ନିକଟରୁ ଏହି ସୁଚନା ମିଳିଛି । ଆଜି ଆକ୍ରାନ୍ତ ହୋଇଥିବା ୫ଜଣଙ୍କ ମଧ୍ୟରୁ ୨ଜଣ ବଡରମ୍ପାସ ହାଇସ୍କୁଲ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ଆଉ ଦୁଇଜଣ ଆଇତିପୁର ସଂଗରୋଧ କେନ୍ଦ୍ରର । ଅନ୍ୟ ଜଣେ ଷଡଙ୍ଗ କ୍ୱାରେଣ୍ଟାଇନର ସେଣ୍ଟରରୁ ବୋଲି ଜଣାଯାଇଛି । ବଡରମ୍ପାସ ଜପିଦାସ ହାଇସ୍କୁଲ କ୍ୱାରେଣ୍ଟାଇନରୁ ବାହାରିଥିବା ଦୁଇଜଣ ମୁମ୍ବାଇ ଫେରନ୍ତା । ସେମାନେ ଗତ ୧ତାରିଖ ଦିନ ମୁମ୍ବାଇରୁ ଫେରି ବଡରମ୍ପାସ କ୍ୱାରେଣ୍ଟାଇନରେ ଥିଲେ । ଜଣଙ୍କର ବୟସ ୩୭ ଓ ଅନ୍ୟ ଜଣଙ୍କର ୩୨ବର୍ଷ ବୋଲି ଜଣାପଡିଛି । ଗତ ୭ତାରିଖ ଦିନ ମୁଗୁପୁର ଗାର୍ଲସ ହାଇସ୍କୁଲରୁ ଗୋଟିଏ ପରିବାରର ୪ଜଣ ସ୍ରଂକମିତ ବୋଲି ଜଣାପଡିବାପରେ ତାଙ୍କ କଣ୍ଟ୍ରାକ୍ଟ ଲିଷ୍ଟ ଅନୁଯାଇ ଏହି ଦୁଇଜଣ ତାଙ୍କ ସହିତ ମୁମ୍ବାଇରୁ ଆସିଥିବା ଜଣାପଡିଥିଲା । ଫଳରେ ୮ତାରିଖ ଦିନ ଏମାନଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ଆଜି ରିପୋର୍ଟ ପଜେଟିଭ ଆସିବାପରେ ତାଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ସେମାନଙ୍କ କଣ୍ଟ୍ରାକ୍ଟ ଲିଷ୍ଟ ମଧ୍ୟ ପସ୍ତୁ୍‌ତ କରାଯାଇଛି । ସେହିପରି ଆଇତିପୁର ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ହୋଇଥିବା ସଂଗରୋଧ କେନ୍ଦ୍ରରେ ଦୁଇଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ଗତ ୨୬ତାରିଖ ଦିନ ସୁରଟରୁ ଫେରି ପଞ୍ଚାୟତ କ୍ୱାରେଣ୍ଟାଇନରେ ଥିଲେ । ଜଣେ ୪୬ବର୍ଷୀୟ ହୋଇଥବବା ବେଳେ ଜଣେ ୧୯ବର୍ଷୀୟ ଯୁବକ । ୪ଦିନ ପୁର୍ବେ ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ସେମାନଙ୍କ ରିପୋର୍ଟ ପଜେଟିଭ ଆସିବାପରେ ଡାକ୍ତରୀ ଦଳ ପହଞ୍ଚି ସେମାନଙ୍କୁ କୋଭିଡ-୧୯ ହସପିଟାଲକୁ ପଠାଇ ଦିଆଯାଇଛି । ସେହିପରି ଅନ୍ୟ ଜଣେ ଷଡଙ୍ଗ ହାଇସ୍କୁଲରେ କ୍ୱାରେଣ୍ଟାଇନରେ ଥିବା ୨୪ବର୍ଷୀୟ ଯୁବକ ସଂକ୍ରମିତ ହୋଇଥିବା ଜଣାଯାଇଛି । ସେ ଗତ ୨୨ତାରିଖ ଦିନ ସୁରଟରୁ ଫେରି କ୍ୱାରେଣ୍ଟାଇନରେ ଥିଲା । ତାଙ୍କର ଜଣେ ସହଯାତ୍ରୀ ମଙ୍ଗଳପୁରରେ ପଜେଟିଭ ଚିହ୍ନଟ ହେବାପରେ ଗତ ତିନିଦିନ ତଳେ ଏହି ଯୁବକଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟ ପଜେଟିଭ ଆସିବାପରେ ଡାକ୍ତରୀଦଳ ପହଞ୍ଚି ତାଙ୍କୁ କୋଭିଡ-୧୯ ହସପିଟାଲକୁ ନେଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.