Home କେନ୍ଦୁଝର ହାଟଡିହିରେ ନୁତନ ବିଇଓଙ୍କ ଯୋଗଦାନ

ହାଟଡିହିରେ ନୁତନ ବିଇଓଙ୍କ ଯୋଗଦାନ

29

ହାଟଡ଼ିହି-୨୬ /୪,(ଓଡିଆପୁଅ / ବିକାଶ ବିଶ୍ୱାଳ)  କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ସୁରଥ କୁମାର ସାହୁ ନୁତନ ବିଇଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ଏଠାରେ ପୁର୍ବରୁ ଏବିଇଓ ଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ଏଠାରେ ବିଇଓ ଭାବେ କାର୍ଯ୍ୟ କରୁଥିବା ବିଇଓ କ୍ଷୀରୋଦ ଚନ୍ଦ୍ର ତ୍ରିପାଠୀଙ୍କୁ ଗଣଶିକ୍ଷା ବିଭାଗର ଚିଠିନଂ ଏସଏମଇ-ଏଫଇ- ଓଇଏଓ- ୦୦୨୬-୨୦୨୧ -୮୭୭୨ ତା ୨୩/୪/୨୦୨୧ ରେ ହରିଚନ୍ଦନପୁର ବ୍ଲକର ବିଇଓ ଭାବେ ବଦଳି କରାଯିବାପରେ ଗଣଶିକ୍ଷା ବିଭାଗର ଚିଠିନଂ ୦୦୨୬-୨୦୨୧ -୮୭୭୨-୮୭୭୩ରେ ସୁରଥ କୁମାର ସାହୁଙ୍କୁ ହାଟଡିହି ବିଇଓ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାଇ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠିନଂ-୯୩୩୫/୨୬/୪/୨୦୨୧ ଅନୁଯାଇ ବିଇଓ ସୁରଥ କୁମାର ସାହୁ ଆଜି ସକାଳ ୧୦ଟାବେଳେ କାର୍ଯ୍ୟଳୟର ମୁଖ୍ୟ କିରାଣୀ ସୁରେନ୍ଦ୍ର କୁମାର ସାଙ୍କୁ କାର୍ଯ୍ୟାଳୟରେ ଯୋଗଦେବା ସମ୍ପର୍କିତ ଚିଠି ପ୍ରଦାନ କରି କାର୍ଯ୍ୟରେ ଯୋଗଦେଇଥିଲେ । ପରେ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା । ଏବିଇଓ ସୁରେଶ କୁମାର ଜେନା, ଏବିଇଓ ମଞ୍ଜୁଲତା ରାଉତ, ଅଫିସର କର୍ମଚାରୀ ବିଘ୍ନରାଜ ଜେନା, ବିଶ୍ୱଭୂଷଣ ରାଉଳ, ସବ୍ୟସାଚୀ ସାହୁ, ଗୀତାଞ୍ଜଳୀ ଦାସ, ବ୍ରଜ କିଶୋର ସେଠୀ, କାଳନ୍ଦୀ ଚରଣ ଜେନା, ସିଆରସିସି ଶ୍ରୀକାନ୍ତ ସେଠୀ, ରତ୍ନାକର ସାହୁ, ମୃତ୍ୟୁଞ୍ଜୟ ନନ୍ଦ, ଦେବେନ୍ଦ୍ରନାଥ ସା, ଅକ୍ଷୟ ଖଟୁଆ, ପ୍ରଭାକର ବେହେରା, ଗଦାଧର ଜେନା, ଶିକ୍ଷକ ଭଗବାନ ନାୟକ, ପୁର୍ଣ୍ଣଚନ୍ଦ୍ର ଜେନା, କ୍ଷେତ୍ରବାସୀ ମିଶ୍ର, ପରମାନନ୍ଦ ପରିଡା, ଅନନ୍ତ ଗୋପାଳ ବେହେରା, ସୁରେନ୍ଦ୍ର ସା, ଗୌରାଙ୍ଗ ଚରଣ ନାୟକ, ହେମନ୍ତ କୁମାର ସିଂ, ହରିହର ସାମଲ, ଆକାଶ କୁମାର ସାହୁ, ଦେବାଶିଷ ବାରିକ, ଜତିନ୍ଦ୍ର କୁମାର ମଲ୍ଲିକ, ବିଦ୍ୟାଧର ତରେଇ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.