Home Top News କରୋନାଙ୍କ ପ୍ରଭାବ : ମେ ୮, ଏକ ସପ୍ତାହ ପୂର୍ବରୁ, ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଛୁଟି

କରୋନାଙ୍କ ପ୍ରଭାବ : ମେ ୮, ଏକ ସପ୍ତାହ ପୂର୍ବରୁ, ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଛୁଟି

80

ନୂଆଦିଲ୍ଲୀ ୨୬ ଏପ୍ରିଲ (ଓଡ଼ିଆ ପୁଅ) କୋଭିଡ ସଂକ୍ରମଣର ଦ୍ୱିତୀୟ ଲହରର ତୀବ୍ର ସଂକ୍ରମଣ ହେତୁ ସୁପ୍ରିମକୋର୍ଟ ଆସନ୍ତା ମଇ ୮ ତାରିଖ ଅର୍ତାତ୍ ଏକ ସପ୍ତାହ ପୂର୍ବରୁ ଏହାର ଗ୍ରୀଷ୍ମ ଛୁଟି ନେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳୁଛି।

ପ୍ରଧାନ ବିଚାରପତି ଏନ.ଭି.ରମଣା କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ପ୍ରଥମ କାର୍ଯ୍ୟ ଦିବସରେ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍, ସୁପ୍ରିମକୋର୍ଟ ଆଡଭୋକେଟସ୍ ଅନ୍‌ ରେକର୍ଡ ଆସୋସିଏସନ୍ ଏବଂ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ସମେତ ବିଭିନ୍ନ ବାର ସଂଗଠନ ସହ ବୈଠକରେ ସୁପ୍ରିମକୋର୍ଟ ବାର ଆସୋସିଏସନର ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ସର୍ବୋଚ୍ଚ ନ୍ୟାୟାଳୟର ଗ୍ରୀଷ୍ମ ଛୁଟି ମେ ୧୪ ପରିବର୍ତ୍ତେ ମେ ୮ ଠାରୁ ଆରମ୍ଭ ହୋଇ ୨୭ ଜୁନ୍ ପର୍ଯ୍ୟନ୍ତ ଚାଲିବ। ଏ ନେଇ ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ବିକାଶ ସିଂ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.