Home ଜିଲ୍ଲା ପରିକ୍ରମା ହାଇକୋର୍ଟ ବିଚାରପତିଙ୍କ ଧାମନଗର କୋର୍ଟର ନିର୍ମାଣାଧିନ ବିଲ୍‌ଡ଼ିଂ କାର୍ଯ୍ୟ ତଦାରଖ

ହାଇକୋର୍ଟ ବିଚାରପତିଙ୍କ ଧାମନଗର କୋର୍ଟର ନିର୍ମାଣାଧିନ ବିଲ୍‌ଡ଼ିଂ କାର୍ଯ୍ୟ ତଦାରଖ

35

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତି ଶତୃଘ୍ନ ପୂଜାହାରୀ ଧାମନଗର ସ୍ଥିତ ନୂତନ କୋର୍ଟ ବିଲଡ଼ିଂର କାର୍ଯ୍ୟ ତଦାରଖ କରିବାପରେ ଧାମନଗର ଡ଼ାକବଙ୍ଗଳା ଠାରେ ବିଲଡ଼ିଂର କାର୍ଯ୍ୟ ନିର୍ବାହୀ ପୋଲିସ ହାଉସିଂ କର୍ପୋରେସନ ବିଭାଗୀୟ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରି ଉନ୍ନତମାନର ଓ ଅତିଶ୍ରୀଘ୍ର କାର୍ଯ୍ୟ ସାରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ଓଡ଼ିଶା ହାଇକୋର୍ଟ ଭିଜିଲାନ୍ସ ରେଜିଷ୍ଟାର ବିଶ୍ୱଜିତ୍ ମହାନ୍ତି, ଅତିରିକ୍ତ ସଂଯୋଜକ ସୁକୁମାର ମହାପାତ୍ର, ଭଦ୍ରକ ଜିଲ୍ଲାଜଜ୍ ଶିଶିର କୁମାର ରଥ, ଭଦ୍ରକ ସିଭିଲ କୋର୍ଟ ରେଜିଷ୍ଟାର ଅବକାଶ ଚୌଧୁରୀ, ଧାମନଗର କୋର୍ଟ ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ, ଭଦ୍ରକ କୋର୍ଟ ମ୍ୟାନେଜର ମାନସ ରଥ, ଧାମନଗର ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର, ଆଇଆଇସି ପ୍ରଦୀପ କୁମାର ମହନ୍ତ ଙ୍କ ସମେତ ପୋଲିସ ହାଉସିଂ କର୍ପୋରେସନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆଲୋଚନା ସମୟରେ ଆଇନ୍‌ଜୀବୀ ମହମ୍ମଦ ଗୋଲାମ ମଦାନୀ, ଅଭିରାମ ମହାନ୍ତି, ଅମରେନ୍ଦ୍ର ମହାନ୍ତି, ବିଷ୍ଣୁ ମୋହନ ପତି, ଅଜିତ୍ ଦାସ, ରଣଜିତ୍ ମହାନ୍ତି, ମିନତୀ ମଲ୍ଳିକ, ପ୍ରଜ୍ଞାପରମିତା ଦାଶ, ବିଜୟ କୁମାର ରାମ, ମନୋଜ ଗୁପ୍ତା, ସ୍ନେହାଶିଷ ପଣ୍ଡା, ଗୌତମବୁଦ୍ଧ ଜେନା, ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.