ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଏମ ଇଟଂର ନ୍ୟାସନାଲ୍ ଜର୍ମାନୀ ଫିଟ୍ ଲାଇନ୍ ଆଗରପଡା ଶାଖା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ଜଗନ୍ନାଥ ଜେନା ଓ ସାବିତ୍ରୀ ସାହୁଙ୍କ ଆବାହକତ୍ୱରେ ସ୍ଥାନୀୟ ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଉପସଭାପତି ସୌମ୍ୟରଞ୍ଜନ ରାଉତ ତାଙ୍କ ବକ୍ତବ୍ୟରେ ଜର୍ମାନୀରେ ପ୍ରସ୍ତୁତ ହେଉଥିବା ପାଉଡର ବ୍ୟବହାର ଦ୍ୱାରା ଖାଦ୍ୟର ପୋଷକ ତତ୍ୱ ଅଭାବ ଯୋଗୁ ଶରୀରରେ ଏବେ ଦେଖାଦେଉଥିବା ବିଭିନ୍ନ ରୋଗର ନିରାକରଣ ହୋଇପାରିବ । ସକାଳରୁ ରାତ୍ର ପର୍ଯ୍ୟନ୍ତ ଶରୀରକୁ ଆବଶ୍ୟକ ଅନୁଯାୟୀ ପୃଷ୍ଟି ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରୀକ୍ଷାମୂଳକ ଭାବେ ଏହାକୁ ଆବିଷ୍କାର କରି ସଫଳ ହୋଇଛନ୍ତି । ଏନଟିସି ପଦ୍ଧତିରେ ତିଆରି କରାଯାଇଥିବା ପାଉଡର ସେବନ ଦ୍ୱାରା ଆପଣଙ୍କ ଶରୀରରେ ଜନ୍ମ ନେଉଥିବା ରୋଗକୁ ସଠିକ ସମୟରେ ସଠିକ ଜାଗାରେ ଶରୀରକୁ ସୁସ୍ଥ ଓ ନିରୋଗମୟ ରଖିବାରେ ସହାୟକ ହେଉଛିି । ଏହାକୁ ପରୀକ୍ଷାମୂଳକ ଭାବେ ସେବନ କରି ପେଟ, ଆଣ୍ଠୁଗଣ୍ଠୀ,ଗ୍ଧୋନ, କିଡନୀ, ଲିଭର, ହାର୍ଟ ସାଙ୍ଗକୁ ବିଭିନ୍ନ ରୋଗରୁ ଉପଶମ ପାଇ ପାରିବେ ବୋଲି କହିଥିଲେ । ଭଦ୍ରକର ବିକ୍ରୟ ପରିଚାଳକ ଶିଶିର କୁମାର ରାଉତ, ସୁବ୍ରତ କୁମାର ସାହୁ ଉପସ୍ଥିତ ଥିବା ବେଳେ ସମାଜସେବିକା ସନ୍ଧ୍ୟାରାଣୀ ସିଂହ ଏବଂ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ ନିଜ ନିଜର ଅନୁଭୂତି ବାଂଟିଥିଲେ ।








