Home ଜିଲ୍ଲା ପରିକ୍ରମା ରାଜୀବ ଗାନ୍ଧିଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିଲା ଭଦ୍ରକ ଜିଲା କଂଗ୍ରେସ

ରାଜୀବ ଗାନ୍ଧିଙ୍କ ୭୭ତମ ଜନ୍ମ ଜୟନ୍ତୀ ପାଳିଲା ଭଦ୍ରକ ଜିଲା କଂଗ୍ରେସ

25

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ସଦ୍‌ଭାବନା ଦିବସ ଅବସରରେ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କ ୭୭ତମ ଜନ୍ମ ଜୟନ୍ତୀ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସଙ୍କ ଅଧ୍ୟକ୍ଷତରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି, ନଗର ସଭାପତି ଅବଦୁଲ ମୋକିତ୍ ଖାଁ, ଦିଲ୍ଲୀପ ନାୟକ, ବିଦ୍ୟାଦର ଜେନା, ଦେବେନ୍ଦ୍ର ମହାନ୍ତି, ଆଶିଶ ରାଉତ୍‌, ମୁଖପାତ୍ର ଭବେନ୍ଦ୍ର ସାହୁ, ପିତବାସ ଧଳ, ଲକ୍ଷ୍ମୀଧର ସାହୁ, ସେକ୍ ଜୁଲଫିକର, ସେକ ଗୋଲାମ ମଇଉଦ୍ଦିନ, ଅସରଫ ଅଲ୍ଲୀ ଖାଁ, ବିଜୟ ବାରିକ, ପ୍ରଦ୍ୟୁମ୍ନ ଦାସ, ସୌମ୍ୟରଂଜନ ବାରିକ, ନଫିସ ଖାଁ, ନିଶିକାନ୍ତ ନାୟକ, ବୈଲୋଚନ ପଣ୍ଡା, ସେକ୍ ଜଫିରୁଦ୍ଦିନ୍‌, ପ୍ରଫୁଲ୍ଲ ସାମଲ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗଦେଇ ସ୍ୱର୍ଗତଃ ଗାନ୍ଧିଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଆଜିର ଯୁବପିଢି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.