Home ଜିଲ୍ଲା ପରିକ୍ରମା ଧାମନଗରରେ ମହରମ୍ ପର୍ବ ପାଳିତ

ଧାମନଗରରେ ମହରମ୍ ପର୍ବ ପାଳିତ

33

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସ୍‌ଲାମ ଧର୍ମର ପ୍ରଚାରକ ପ୍ରଫେଡ଼ ମହମ୍ମଦଙ୍କ ନାତି ଇମାମ ହୋସେନ୍ ଅତ୍ୟାଚାର ଓ ଅନ୍ୟାୟକୁ ବିରୋଧ କରି ଆଜିର ଦିନରେ ପ୍ରାଣବଳୀ ଦେଇଥିବାରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଧାମନଗର ବିଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ମହରମ ପର୍ବ କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପ୍ରଶାସର ନିଷ୍ପତ୍ତି ଅନୁଯାୟୀ କୋଭିଡ଼ -୧୯ ନିୟମକୁ ଉଲଙ୍ଘନ ନକରିବାପାଇଁ ପରାମର୍ଶ ଦେବା ପରେ ତାହାକୁ ସମ୍ମାନ ଜଣାଇ ଶାନ୍ତି ଶୃଙ୍ଖଳା ଭାବରେ ଏହି ପର୍ବ ପାଳନ କରାଯାଇଛି । ସ୍ଥାନୀୟ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ବିଭିନ୍ନ ସାହି ବସ୍ତିରେ ମୁତୟନ କରାଯିବା ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ ରଂଜନ କେରକେଟା, ଧାମନଗର ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର, ଦୁଇଜଣ ଏସ୍‌ଆଇ ଓ ପାଞ୍ଚଜଣ ଏଏସ୍‌ଆଇ ଏବଂ ଗୋଟେ ପ୍ଲାଟୁନ୍ ଓଏସ୍‌ଏପି ଫୋର୍ସ ଶାନ୍ତି ଶୃଙ୍ଖଳା ପାଇଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.