Home କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ, ଅନେକ ଫସଲ ନଷ୍ଟ

ହରିଚନ୍ଦନପୁର ବ୍ଲକ ଜୁଙ୍ଗା ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ, ଅନେକ ଫସଲ ନଷ୍ଟ

28

ହରିଚନ୍ଦନପୁର, ତା ୮ ଡିସେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଓ ତହସିଲ ଅନ୍ତର୍ଗତ ବକ୍ସିବାରିଗାଁ ଗ୍ରାମ ଛେଳିଗୋଧଳି ରାସ୍ତାର କାଣିରୀ ନଦୀତଟରେ ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି । ସୂଚନା ଅନୁଯାୟୀ ଏହି ହାତୀପଲ ରାତ୍ରି ସମୟରେ ବିଜେପି ରେଞ୍ଜଆଡୁ ଆସି ଜୁଙ୍ଗା ଗ୍ରାମର ଚିତ୍ରସେନ ନାଏକଙ୍କ ବଗିଚାରେ ପଶି ଅନେକ ଫଳନ୍ତା କଦଳୀ ଗଛ ଓ ବିଭିନ୍ନ ଗଛ ଖାଇବା ସହ ଭାଙ୍ଗିରୁଜି ନଷ୍ଟ କରିଦେଇଛନ୍ତି । ଅନେକ କଦଳୀ କାନ୍ଧିକୁ ଅଧା ଖାଇ ତଳେ ପକାଇ ମାଡ଼ିଦଳି କଳଦୀ ଗଛର ମଞ୍ଜ ଗୁଡିକ ଖାଇଦେଇଛନ୍ତି । ନିକଟରେ ଥିବା ଫୁଲକୋବି ସହ ବିଭିନ୍ନ ପନିପରିବାକୁ ଖାଇବା ସହ ମାଡି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ଏପରିକି ବଗିଚାରେ ରହିଥିବା ଘରର ରୋଷେଇ କୋଠରୀର କାନ୍ଥ ଭାଙ୍ଗି ଦେଇଥିବା ଜଣାଯାଇଛି । ଏଥିସହ ଜୁଙ୍ଗା ପଞ୍ଚାୟତର ନୂଆଗାଁ ଗ୍ରାମର ରମେଶ ମହାନ୍ତଙ୍କ ପରିବା ବାଡିରେ ପିନପରିବା ଫସଲକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଏଥିପ୍ରତି ବନବିଭାଗ ଦୃଷ୍ଟି ଦେଇ ଘଟଣାର ସଠିକ୍ ତଦନ୍ତ କରାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ସହ ହାତୀପଲଙ୍କ ଠାରୁ ଚାଷଜମି ଗୁଡ଼ିକ ସୁରକ୍ଷିତ ରଖିବା ପାଇଁ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.