Home ଓଡ଼ିଶା ନୂତନ କୃଷି ଆଇନକୁ ବିରୋଧ କରି ଚାଷି ସଂଗଠନ ପକ୍ଷରୁ ହରିଚନ୍ଦନପୁରରେ ବନ୍ଦ ପାଳନ

ନୂତନ କୃଷି ଆଇନକୁ ବିରୋଧ କରି ଚାଷି ସଂଗଠନ ପକ୍ଷରୁ ହରିଚନ୍ଦନପୁରରେ ବନ୍ଦ ପାଳନ

21

ହରିଚନ୍ଦନପୁର,ତା ୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିକୁ ଅଡିବସି ଦେଶର ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ଆନ୍ଦୋଳନ କରାଯାଇଛି । ଖବର ଅନୁଯାୟୀ ମଙ୍ଗଳବାର ୧୧ ଟା ସମୟରୁ ଦିନ ୩ ପର୍ଯ୍ୟନ୍ତ ବନ୍ଦ କରାଯିବାକୁ କୃଷକ ସଂଗଠନ ପକ୍ଷରୁ ଆହ୍ବାନ କରାଯାଇଛି । ଏହାକୁ ନେଇ ହରିଚନ୍ଦନପୁର ବ୍ଲକର ନବନିର୍ମାଣ କୃଷକ ସଙ୍ଗଠନ ଓ କଂଗ୍ରେସ ପକ୍ଷରୁ ପୃର୍ଣ୍ଣ ସମର୍ଥନ କରାଯିବା ସହ ଏହି ବନ୍ଦ ପାଳନକୁ ସଫଳ କରାଯାଇଛି । ଏହାର ପ୍ରଭାବରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ଭାରତ ବନ୍ଦର ପ୍ରଭାବ ପୁରାପୁରି ଦେଖିବାକୁ ମିଳିଛି । ଏଠାରେ ଦୋକାନ ବଜାର ସହ ସମସ୍ତ ସରକାରୀ ବେସରକାରୀ ସଂସ୍ଥା ଓ ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି । ଏଥିସହ କୃଷକ ସଙ୍ଗଠନ ଓ କଂଗ୍ରେସ ସମର୍ଥକ ଓ ଶତାଧିକ କର୍ମୀ ରାଜ୍ୟ ରାଜପଥକୁ ଉହ୍ଲାଇ କେନ୍ଦ୍ର ସରକାରଙ୍କ ଉପରେ ବିଭିନ୍ନ ନାରାବାଜି ଦେଇ ବର୍ଷି ଥିଲେ । ହରିଚନ୍ଦନପୁର ବାଇପାସ, ବଜାର, ରେଲୱେ, ମନୋହରପୁର ବଜାର ଓ ସମସ୍ତ ସରକାରୀ ବେସରକାରୀ ବିଭିନ୍ନ ସଂସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । କେବଳ ଜରୁରୀ କାଳୀନ ସେବା ଛାଡ଼ି ଦେଲେ ସମସ୍ତ ସେବା ବନ୍ଦ ରହିଥିବା ନେଇ ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.