Home କେନ୍ଦୁଝର ସୁବ୍ୟବସ୍ଥା ମଧ୍ୟରେ ଟୀକାକରଣ

ସୁବ୍ୟବସ୍ଥା ମଧ୍ୟରେ ଟୀକାକରଣ

36

ହାଟଡିହି- ୧୭ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ସାରା ଭାରତବର୍ଷରେ ଟୀକାକରଣ କାର୍ଯ୍ୟ ଜାରି ରହିଛି । ଗତ କିଛିଦିନ ହେଲା ଏଥିରେ ଦେଖା ଦେଉଥିବା ଅବ୍ୟସ୍ଥା କୁ ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପୃଷ୍ଠା ମଣ୍ଡନ କରୁଥିଲା ।କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇ ଏହାର ଟୀକା ପ୍ରଦାନରେ ସୁବ୍ୟବସ୍ଥା କରାଯାଇଥିବାରୁ ଲୋକମାନେ ଖୁସି ବ୍ୟକ୍ତ କରିଛନ୍ତି । ଆଜି ହାଟଡିହି ଡାକ୍ତରଖାନାରେ ସକାଳ ୪ଟାବେଳୁ ଲୋକମାନେ ଧାଡି ଲଗାଇଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ଓ କୋଭିଡ ନିୟମାନୁଯାଇ ଟୀକାକରଣ କରାଯାଇଥିଲା । ଲୋକମାନେ ଖରାରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ଟେଣ୍ଟ ମରାଯିବା ସହ ବାଉଁଶ ବ୍ୟାରିକେଡ କରାଯାଇ ପୁଲିସ ଉପସ୍ଥିତିରେ ଲୋକମାନଙ୍କୁ ଟୀକା ନେବାପାଇଁ ଜଣଜଣ କରି ଛଡାଯାଉଥିଲା । ଫଳରେ ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଯାଇ ଟୀକା ନେଇଥିଲେ । ଅଧିକାଶଂ ଲୋକ ଦ୍ୱିତୀୟ ଡୋଜ ଟୀକାନେବାପାଇଁ ଆସିଥିବାବେଳେ ସେମାନଙ୍କୁ ଫେରାଇ ଦିଆଯାଇଥିଲା ଓ କେବଳ ପ୍ରଥମ ଡୋଜର ଟୀକା ଲୋକମାନଙ୍କୁ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.