Home ଓଡ଼ିଶା ଯୋଡା : କରୋନା ଯତ୍ନ କେନ୍ଦ୍ରରେ ଅଗ୍ନୀ ନିର୍ବାପନ ମକ୍ ଡ୍ରିଲ

ଯୋଡା : କରୋନା ଯତ୍ନ କେନ୍ଦ୍ରରେ ଅଗ୍ନୀ ନିର୍ବାପନ ମକ୍ ଡ୍ରିଲ

24

ଯୋଡା, ୧୭ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ଚିକିତ୍ସାଳୟ ତଥା କରୋନା ଯତ୍ନ କେନ୍ଦ୍ର ଗୁଡିକରେ ଅଗ୍ନି ନିର୍ବାପକ ଜନିତ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ପାଇଁ ଯୋଡା ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଅଗ୍ନି ନିର୍ବାପନ ମକ୍ ଡ୍ରିଲ ସହିତ ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଜାରି ରହିଛି । ସୋମବାର ଏହି କାର୍ଯ୍ୟକ୍ରମରେ ଯୋଡା ପୌରପାଳିକା କଲ୍ୟାଣ ମଣ୍ଡପଠାରେ କରୋନା ଯତ୍ନ କେନ୍ଦ୍ରଠାରେ ଅଗ୍ନି ନିର୍ବାପନ ମକ୍ ଡ୍ରିଲ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ କେନ୍ଦ୍ର ବିଭାଗର ସରକାରୀ ଅଗ୍ନିଶମ ଅଧିକାରୀ ଦିଲ୍ଲିପ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏହି କଳାକୌଶଳ ପ୍ରଦର୍ଶନ କରାଯାଇଥିଲା । ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡିକୁ କିପରି ବ୍ୟବହାର କରାଯିବ, ନିଆଁ ଲାଗିଲେ ସେଠାରୁ କିପରି ସୁରକ୍ଷିତ ବାହାରିବାକୁ ପଡେ ତଥା ଡାକ୍ତରଖାନାରେ ଥିବା ଅଗ୍ନିଶମ ବ୍ୟବସ୍ଥାକୁ ସୂଚାରୁ ରୂପେ ବ୍ୟବହାର କରିବା ନେଇ କର୍ମଚାରୀମାନଙ୍କୁ ବିସ୍ତୁତ ଭାବେ ତାଲିମ ପ୍ରଦାନ କରାଯାଇଥିଲା । ସେହିପରି ଟାଟା ଷ୍ଟିଲଙ୍କ କରୋନା ଚିକିତ୍ସା କେନ୍ଦ୍ରରେ ମଧ୍ୟ ଅନୁରୂପ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କେନ୍ଦ୍ରର ମୂଖ୍ୟ ଆବାହକ ପ୍ରସନ୍ନ କୁମାର ନାଏକ, ସଂଗ୍ରାମ ମୁର୍ମୁ, ଫାତୁରାମ ମୁର୍ମୁ, ରାଜେନ୍ଦ୍ର ବେସ୍ତା, ପବିତ୍ର ସିଂ ଏବଂ ସମ୍ପୃକ୍ତ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ଓ ସେବିକାମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.