Home ଜିଲ୍ଲା ପରିକ୍ରମା ସୁବ୍ରତ ବିଶ୍ୱାଳ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ମନୋନୀତ

ସୁବ୍ରତ ବିଶ୍ୱାଳ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ମନୋନୀତ

22

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଯୁବମୋର୍ଚ୍ଚା ଟିମ ଘୋଷଣା କରିଛନ୍ତିି । ଏହି ତାଲିକାରେ ଭଦ୍ରକ ଜିଲ୍ଲାର ଯୁବନେତା ସୁବ୍ରତ ବିଶ୍ୱାଳଙ୍କୁ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ଭାବେ ଦାଯିତ୍ୱ ପ୍ରଦାନ କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ମହାବିଦ୍ୟାଳୟରେ ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଛାତ୍ର ଓ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟିକରି ଦଳକୁ ଆଗେକୁ ଆଗେଇ ନେବାରେ ସେ ସକ୍ଷମ ହେବେ ବୋଲି ଦଳ ପକ୍ଷରୁ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଏଭଳି ଗୁରୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ତଥା ରାଜ୍ୟର ତୃଣମୂଳ ସ୍ତରରେ ଯୁବକମାନଙ୍କୁ ଏକତ୍ରିତ କରି ସଂଗଠନକୁ ଆହୁରି ସୁଦୃଢ଼ କରାଯିବାକୁ ସେ ଉଦ୍ୟମ କରିବେ ବୋଲି କହିବା ସହ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଆଚାର୍ଯ୍ୟ, ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ ତଥା ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କୁ ସେ ତାଙ୍କର କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.