Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

30

କୋରାପୁଟ ୨୭-୦୧(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡା କ୍ୟାମ୍ପସଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ବିଶ୍ୱିଦ୍ୟାଳୟର ଉପ କୁଳପତି ପ୍ରଫେସର କ୍ଷିତି ଭୁଷଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ।ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ହାରଠାରୁ ପଛରେ ରହିଥିବା  ଅନୁନ୍ନତ ଅଂଚଳର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ  ଅଂଚଳର ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟ କୋରାପୁଟଠାରେ ପ୍ରତିଷ୍ଠା କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ଭର୍ଚୁଆଲ ମୋଡରେ  ଉପସ୍ଥିତ ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସମ୍ବୋଧନ କରିଥିଲେ ।କୁଳସଚିବ ପ୍ରଫେସର ଅସିତ କୁମାର ଦାସ ,ପ୍ରଫେସର ଏସ.କେ.ପଳିତା ,ପ୍ରଫେସର ସରୋଜ କୁମାର ପାଣିଗ୍ରାହୀ ,ପ୍ରଫେସର ପି.ଦୁର୍ଗାପ୍ରସାଦ ,ପରୀକ୍ଷା ନିୟନ୍ତ୍ରକ ଡ.ଜୟନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.