Home ଜିଲ୍ଲା ପରିକ୍ରମା ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଭାର ଗ୍ରହଣ

ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଭାର ଗ୍ରହଣ

21

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ନୂତନ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଭାବେ ଇନ୍ଦ୍ରମଣି ନାୟକ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ଶାସନ ସଚିବ ଭାବେ ବଦଳି ହେବା ପରେ ଶ୍ରୀ ନାୟକ ଶ୍ରୀ ମିଶ୍ରଙ୍କଠାରୁ ଦାୟିତ୍ୱ ଭାର ନେଇଛନ୍ତି । ଶ୍ରୀଯୁକ୍ତ ନାୟକ ଏଥି ପୂର୍ବରୁ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ଦାୟିତ୍ୱ ନେବା ପରେ କଲେକ୍ଟୋରିଏଟର ବିଭିନ୍ନ ବିଭାଗ ବୁଲି ଦେଖିବା ସହିତ ଅଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଭଦ୍ରକବାସୀଙ୍କ ସହଯୋଗରେ ଜିଲ୍ଲାର ଉନ୍ନତି ପାଇଁ ସେ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରିବେ ବୋଲି ଯୋଗଦାନ ପରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.