Home ଜିଲ୍ଲା ପରିକ୍ରମା ସୀମାନ୍ତରେ ମାଓବାଦୀଙ୍କ ଆମ୍ବୁସରେ ୨୨ଯବାନ ସହିଦ,୩୦ ଆହତ,ସହିଦ ଯବାନଙ୍କୁ ଦିଆଗଲା ରାଷ୍ଠ୍ରୀୟ ସମ୍ମାନ

ସୀମାନ୍ତରେ ମାଓବାଦୀଙ୍କ ଆମ୍ବୁସରେ ୨୨ଯବାନ ସହିଦ,୩୦ ଆହତ,ସହିଦ ଯବାନଙ୍କୁ ଦିଆଗଲା ରାଷ୍ଠ୍ରୀୟ ସମ୍ମାନ

59

ମାଲକାନଗିରି,୪ା ୪ (ଓଡିଆ ପୁଅ) ଶନିବାର ଦିନ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ତରମେ ଥାନା ଅଚଂଳରେ ମାଓବାଦୀ ପୁଲିସର ଗୁଳିବିନିମୟ ଓ ମାବାଦୀଙ୍କ ଆମ୍ବୁସରେ ୨୨ଯବାନ ସହିଦ ହୋଇଥିବା ବେଳେ ୩୦ ଯବାନ ଆହତ ହୋଇଛନ୍ତି । ଆଜି ସକାଳେ ସହିଦ ଯବାନଙ୍କୁ ଜଗଦଲପୁରଠାରେ ରାଷ୍ଟ୍ରୀୟସମ୍ମାନ ଦିଆଯାଇଛି । ୩୦ ଆହତ ଯବାନ ରାୟପୁର ରାମକୃଷ୍ଣ ମିସନ ହସପିଟାଲରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ସିଆରିପିଏଫ ଡିଜି ,ଛତିଶଗଡ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କ ସହିତ ଅନ୍ୟାନ ଉଚପୁଲିସ ଅଧିକାରୀ ପହଁଚି ପରିସ୍ଥି ଅନୁଧ୍ୟାନ କରିବା ସହ ସହିଦ ଯବାନଙ୍କ ମରଶରୀର ଉପରେ ପୁସ୍ପଗୁଚ୍ଛ ଦେଇ ଶେଷ ସମ୍ମାନ ଜଣାଇଛନ୍ତି । ସୁଚନା ଯୋଗ୍ୟ ଯେ ଶନିବାର ଦିନ ସୀମାନ୍ତ ସୁକୁମା ଓ ବିଜାପୁର ଜିଲ୍ଲା ତରେମ ଥାନାସ୍ଥ ବଟିଗୁଡ ସିଲଗେର ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବାର ଖବର ପାଇ ବିଜାପୁର ଜିଲ୍ଲା ଡିଆରଜି ପୁଲିସ,କୋବ୍ରାବାହନି ଓ ସିଆରପିଏଫ ଯବାନ ମାନେ କୁମ୍ବିଂଅପରେସନରେ ସେଠାକୁ ଯାଇଥିଲେ । ଜଙ୍ଗଲରେ ପହଁଚିଲା ପରେ ଯବାନ ମାନଙ୍କ ଉପରକୁ ମାଓବାଦୀ ମାନେ ଗୁଳିଚଳାଇଥିଲେ , ତାର ପାଲଟା ଜବାବରେ ଯବାନ ମାନେ ମାଓବାଦୀଙ୍କ ଉପରକୁ ମଧ୍ୟଗୁଳିଚାଳନା କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ୫ଘଟାଂ ଧରି ଗୁଳିବିନିମୟ ହୋଇଥିଲା । ଯବାନ ମାନଙ୍କ ଗୁଳିରେ ଜଣେ କ୍ୟାର୍ଡର ମହିଳା ମାଓବାଦୀଙ୍କ ସହ ଅନ୍ୟ କିଛି ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା । ସେହି ଜଙ୍ଗଲରେ ଅଧିକ ମାଓବାଦୀଙ୍କର ମୃତ ଶରୀରର ପଡିଥିବାର ସନ୍ଦେହରେ ଯବାନ ମାନେ ସର୍ଚଅପରେସନକରୁଥିବା ବେଳେ ମାଓବାଦୀଙ୍କ ଆମ୍ବୁସରେ ଯବାନ ମାନେ ଫସି ଯିବାରୁ ମାଓବାଦୀଙ୍କ ଗୁଳିମାଡରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ଜଣ ଯବାନ ଆହତ ହୋଇଥିଲେ ଓ ୧୪ଜଣ ଯବାନ ନିଖାଜ ହୋଇଯାଇଥିଲେ ଏହି ଗୁଳିବିନମୟ ଶନିବାର ସନ୍ଧ୍ୟା୫ଟା ପର୍ଯ୍ୟନ୍ତ ଚାଲିଥିଲା,ଆହତ ଯବାନ ମାନଙ୍କୁ ସଙ୍ଗେ ସଙ୍ଗେ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ରାଇପୁର ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ନିଖୋଜ ଯବାନଙ୍କୁ ଶନିବାର ଠାରୁ ଖୋଜାଚାଲିଥିଲା । ଆଜି ସକାଳେ ଜଙ୍ଗଲର ବିଭିନ୍ନ ସ୍ଥାନରୁ ୧୪ଜଣ ସହୀଦ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇ ହେର୍ଡକ୍ୱାଟରକୁ ନିଆଯାଇଛି । ଏବେ ବି ଜଣେ ଯବାନ ନିଖୋଜ ଅଛନ୍ତି ।ଏବେ ବି ସେହି ଜଙ୍ଗଲରେ ଯବାନ ମାନଙ୍କ ପକ୍ଷରୁ ସର୍ଚଅପରେସନ ଜାରି ରହିଛି । ଏହି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରେ ଘଟିଥିବାରୁ ମାଲକାନଗିରି ଛିତିଶଗଡ ସିମାନ୍ତ ସିଲକରାଯାଇଛି । ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିବା ଓଡିଶା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୀମାନ୍ତ ବିଜାପୁର ଠାରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ପାଇଁ ଦୁଃଖ ପ୍ରକାଶ କରିବାସହ ସେମାନଙ୍କ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ସୀମାନ୍ତରେ ଛତିଶଗଡ ଓଡିଶା ପୁଲିସର ମିଳିତ ଭାବେ ଯୋଜରଦାର ମାଓଦମନ ଅପରେସନ ଚାଲୁରହିବ ବୋଲି କହିଛନ୍ତି । ସୀମାନ୍ତ ଛତିଶଗଡ ରାଜ୍ୟରେ ମାଓହିଂସାକାଣ୍ଡ ଥମିବାକୁ ନା ଧରୁ ନାହିଁ, ପ୍ରତିଦିନ କେଉଁଠି ନା କେଉଁଠି ମାଓବାଦୀ ମାନେ ହିଂସାକାଣ୍ଡ ଘଟାଣ ପୁଲିସର ମୁଣ୍ଡବଥାରକାରଣ ହୋଇଛନ୍ତି, ମାଓଦମନ ପାଇଁ ପୁଲିସ ଡାଳେ ଡାଳେ ଗଲାବେଳକୁ ମାଓବାଦୀ ମାନେ ପତ୍ରେ ପତ୍ରେ ଯାଇ ପୁଲିସର ଯୋଜନାକୁ ପଣ୍ଡକରିଦେଉଛନ୍ତି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.