Home କେନ୍ଦୁଝର ଅବସରପ୍ରାପ୍ତ ଶିକ୍ଷକଙ୍କ ଜନ୍ମୋତ୍ସବ

ଅବସରପ୍ରାପ୍ତ ଶିକ୍ଷକଙ୍କ ଜନ୍ମୋତ୍ସବ

35

ହାଟଡ଼ିହି, ୪ / ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ନାତିନାତୁଣୀ ମାନେ ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ନାୟକଙ୍କ ୮୦ତମ ଜନ୍ମୋତ୍ସବକୁ ମହା ସମାରୋହରେ ପାଳନ କରିଛନ୍ତି । ଏହି ଅବସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ବିଶିଷ୍ଟ ସାହିତ୍ୟିକ ‘ପ୍ରେମ ପୃଥିବୀ’ର ପ୍ରତିଷ୍ଠାତା ସମ୍ପାଦକ କୌଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବୀଣ ଶିକ୍ଷକ, ସୁ ସାହିତ୍ୟିକ, ବିଶିଷ୍ଟ ପାଲାଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇଥିଲେ । ଜ୍ୟେଷ୍ଠପୁତ୍ର ବିଷ୍ଣୁ ପ୍ରସାଦ ନାୟକ ଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ଜ୍ୟେଷ୍ଠାକନ୍ୟା ଜ୍ୟୋତ୍ସ୍ନା, ଝିଆରୀ ରୀନାରାଣୀ, କବିତା ମାଧ୍ୟମରେ ନିଜ ପିତାଙ୍କ ଗୁଣଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ଶ୍ରୀକାନ୍ତ ପଣ୍ଡା, ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଭାଗବତ ପ୍ରେମୀ ଚକ୍ରଧର ଜେନା, ଶିକ୍ଷାବିତ ଅନାମ ଚରଣ ଦାସ, ପଦ୍ମନାଭ ନାୟକ, ସଂଗଠକ ଲକ୍ଷ୍ମୀଧର ସେଠୀ, ଯଯାତି କିଶୋର ରାଉତ, ନାରାୟଣ ଜେନା, ଅମୁଲ୍ୟ କୁମାର ଜେନା, ଅଜୟ କୁମାର ରାଉଳ, ନରହରି ଚକ୍ର, ଅନାଦି ଚରଣ ଜେନା, ରବିନ୍ଦ୍ର କୁମାର ଦାସ, ପ୍ରଦୀପ କୁମାର ମହାନ୍ତି, ପ୍ରବଚକ ଦୋଳଗୋବିନ୍ଦ ପାଗଳ, ମଣିଭଦ୍ର ବିଶ୍ୱାଳ, ଅର୍ପିତା ପ୍ରୀୟଦର୍ଶନୀ ନାୟକ ପ୍ରମୁଖ ଯୋଗଦେଇ ଶିକ୍ଷାବିତ ତଥା ସଂଗଠକ ଓ ତାଙ୍କ ବାସୁଦେବ ନାୟକଙ୍କ କର୍ମମୟ ଜୀବନ କବି ପ୍ରତିଭା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସହଧର୍ମିଣୀ ଶାନ୍ତିଲତା ନାୟକ, ଓ ଜ୍ୟେଷ୍ଠଭ୍ରାତା ସୂର୍ଯ୍ୟମଣୀ ନାୟକ କାର୍ଯ୍ୟକ୍ରମରେ ଭାଗନେଇଥିବାବେଳେ ନାତି ନାତୁଣୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.