Home ଓଡ଼ିଶା ସାମାଜିକ ସୁରକ୍ଷା ବାର୍ଦ୍ଧକ୍ୟ ବତ୍ତା ନପାଇ ଜଙ୍ଗଲ ରୁ କନ୍ଦା ଖାଇଲେ ବୁଢା ବୁଢୀ

ସାମାଜିକ ସୁରକ୍ଷା ବାର୍ଦ୍ଧକ୍ୟ ବତ୍ତା ନପାଇ ଜଙ୍ଗଲ ରୁ କନ୍ଦା ଖାଇଲେ ବୁଢା ବୁଢୀ

100

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୭- ରାଜ୍ୟରେ ସରକାର ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି । କିନ୍ତୁ କେଉଁଠି ଗଳାବାଟ ରହି ଯାଉଛି କେଜାଣି ଯୋଜନା ଠାରୁ ଯୋଜନ ଦୂରରେ ପ୍ରକୃତ ହୀତାଧିକାରୀ । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଡମସାହି ଗ୍ରାମପଞ୍ଚାୟତ ବଡତୁଲୁବି  ଗ୍ରାମରେ । ଗ୍ରାମର କୋକିଳ ପ୍ରଧାନ (୬୮) ଓ ସଂସାରି ପ୍ରଧାନ (୭୧) ଉଭୟ ବୃଦ୍ଧା ବୃଦ୍ଧ ସାମାଜିକ ସୁରକ୍ଷା ରୁ ବଞ୍ଚିତ ହୋଇ ଏ ଯାଏଁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ସଂସାରି ପ୍ରଧାନ ବାରମ୍ବାର ଡମସାହି ଗ୍ରାମ ପଞ୍ଚାୟତ ରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରି ଦଉଡି ଦଉଡି ନିରାଶ ହୋଇ ପଡିଛନ୍ତି । ବୃଦ୍ଧା କୋକିଳ ପ୍ରଧାନ ଅନ୍ ଲାଇନ୍ ରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ । ତାହା ଡମସାହି ଗ୍ରାମ ପଞ୍ଚାୟତ ରୁ ଗତ ଜାନୁଆରୀ ମାସ ୭ ତାରିଖ ରେ ଅନ୍ ଲାଇନ୍ ମାଧ୍ୟମ ରେ ରଣପୁର ବ୍ଲକ କୁ ପ୍ରେରଣ କରାଯାଇଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । କିନ୍ତୁ ଏ ଯାଏଁ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ । ସରକାରୀ ଯୋଜନା କହିଲେ ଆବାସ ଯୋଜନା ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା । କିନ୍ତୁ ଏ ବାର୍ଦ୍ଧକ୍ୟ ବୟସ ରେ ଗୃହ ନିର୍ମାଣ କାର୍ଯ୍ୟ କରିବା ପାଇଁ ଜଣେ ଘରୋଇ ଠିକାଦାର ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଠିକାଦାର ଦିନ ପରେ ଦିନ ଗଡାଇ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରୁନଥିବାରୁ ବୃଦ୍ଧ ବୃଦ୍ଧା ବାଉଁଶ ବାଡ ପଲ୍ଲାଚାଳ ଛପର ଘରେ ରହୁଛନ୍ତି । କେବଳ ଖାଦ୍ୟ ସୁରକ୍ଷା ରେ ପାଉଥିବା ଚାଉଳ ଭାତ ପାଇଁ ନିଅଣ୍ଟ ହେଉଛି । ବୃଦ୍ଧ ବୃଦ୍ଧା ଜମିହୀନ । ବୟସାଧିକ୍ୟ ଯୋଗୁଁ ଆଉ ମୂଲପାତି ଲାଗି ପାରୁନାହାଁନ୍ତି । ଭାତ ସାଙ୍ଗକୁ ତରକାରୀ ଭାବେ ଜଙ୍ଗଲ କରବା , ଟୁଙ୍ଗା  ଆଦି କନ୍ଦା କୁ ତାଡି ତରକାରୀ କରି ଜୀବନ ବିତାଉଛନ୍ତି ।

ସେମାନେ କୁହନ୍ତି ଆମ ପାଇଁ ତ ସୁରକ୍ଷା ନାହିଁ ତାହେଲେ ସାମାଜିକ ସୁରକ୍ଷା ଯୋଜନା କାହା ପାଇଁ । ଏ ସର୍ମ୍ପକେ ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଜାନି ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ତେଣୁ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରବାତ କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ବୃଦ୍ଧ ସଂସାରି ପ୍ରଧାନ ଏ ଯାଏଁ ଅନ୍ ଲାଇନ୍ ରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିନାହାଁନ୍ତି । ବୃଦ୍ଧା କୋକିଳ ପ୍ରଧାନ ଅନ୍ ଲାଇନ୍ ରେ ଆବେଦନ କରିଥିଲେ ସୁଦ୍ଧା ଆବେଦନ ପତ୍ର ରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ନାହିଁ  । ତେଣୁ ତାଙ୍କ ଆବେଦନ ପତ୍ର ରଣପୁର ବ୍ଲକ ରେ ପଡିରହିଛି । ସେ ମହାଶୟା ରଣପୁର ବ୍ଲକ ରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବହିର ଅବିକଳ ନକଲ ଦାଖଲ କଲେ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ଆବେଦନ ପତ୍ର ବିଚାର କୁ ନିଆଯିବ । ଜନସାଧାରଣରେ ପ୍ରଶ୍ନ ବ୍ଲକ ସଦର ମହକୁମା ଠାରୁ ଡମସାହି ଗ୍ରାମ ପଞ୍ଚାୟତ ର ବଡତୁଲୁବି ଗ୍ରାମ ପ୍ରାୟ ୨୫ କିଲୋ ମିଟର ରୁ ଉର୍ଦ୍ଧ ଦୂରତ୍ୱ । ଗାଡି ମଟର ର ସୁବିଧା ନାହିଁ ଏ ବର୍ଦ୍ଧକ୍ୟ ବୟସ ରେ ବୃଦ୍ଧ ବୃଦ୍ଧା ବ୍ଲକ ସହ କିପରୋ ଯୋଗାଯୋଗ କରିବେ । ସାମାଜିକ ସୁରକ୍ଷା ଅଧିକାରିଣୀ ଗ୍ରାମପଞ୍ଚାୟତ କର୍ମଚାରୀ ଙ୍କ ମାଧ୍ୟମରେ ଆବଶ୍ୟକିୟ କାଗଜାତ ସଂଗ୍ରହ କରି ବାର୍ଦ୍ଧକ୍ୟ ବତ୍ତା ପ୍ରଦାନ କରିବାକୁ ବୃଦ୍ଧ ବୃଦ୍ଧା ଅନୁରୋଧ କରିଛନ୍ତି । ଖାଦ୍ୟ ସାଙ୍ଗ ରେ ଜଙ୍ଗଲ ଗଛର କନ୍ଦା ସାହା ଭରଷା ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.