Home କେନ୍ଦୁଝର ସର୍ପାଘାତରେ ଶିକ୍ଷକଙ୍କ ମୃତ୍ୟୁ

ସର୍ପାଘାତରେ ଶିକ୍ଷକଙ୍କ ମୃତ୍ୟୁ

110

ହାଟଡ଼ିହି,୨୧ / ୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସର୍ପାଘାତରେ ନୁଆବାଲିପାଳ ସ୍କୁଲର ଶିକ୍ଷକ ସୁକାନ୍ତ ଦଳେଇ(୪୮)ଙ୍କ ମୃତ୍ୟୁ ଘଟିଛି । ସେ ଗତକାଲି ରାତିରେ ନିଜର ନୁଆଘର ନିକଟରେ ଶୋଇଥିବା ସମୟରେ କୌଣସି ଏକ ବିଶାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥ୍‌ାରେ ତାଙ୍କୁ ଭଦ୍ରକ ଡାକ୍ତରଖାନା ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବାସହ ଶବକୁ ବ୍ୟବଚ୍ଛେଦ କରିଛି । ତାଙ୍କ ଘର ସେହି ନୁଆ ବାଲିପାଳ ଗାଁରେ । ତାଙ୍କର ବିଧବାପତ୍ନୀ ଓ ତିନୋଟି ଛୁଆ ଅଛନ୍ତି । ଅପରାହ୍ନରେ ତାଙ୍କ ମରଶରୀର ଗାଁରେ ପହଞ୍ଚିବାପରେ ଏକ ଶୋକାକୁଳ ପରିବେଶରେ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ତାଙ୍କ ପରଲୋକ ଖବରପାଇ ବିଇଓ ସୁରଥ କୁମାର ସାହୁ, ସିଆରସିସି ମଙ୍ଗଳ ହାଁସଦା, ସିଆରସିସି ବସନ୍ତ କୁମାର ନାଇକ, ଶିକ୍ଷକ ବିଜୟ କୁମାର ଧଳ, ସନ୍ତୋଷ କୁମାର ଦାସ, ଶିକ୍ଷକ ପ୍ରଦୀପ କୁମାର ନାଇକ, କାର୍ତ୍ତିକ ଶଙ୍ଖୁଆଳ, ବାବୁଲି ମାଣିକ, ଚୈତନ ପ୍ରସାଦ ମୁର୍ମୁ, ମାଧ ମଢ଼େଇ, ଭୀମସେନ ନାୟକ, ପୁର୍ବତନ ଶିକ୍ଷାବିତ ତଥା ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.